ବିଜୁ ଜନତା ଦଳ ସରକାର ଦୀର୍ଘ ୨୫ବର୍ଷ ଶାସନରେ ରହିବି ଓଡ଼ିଶାକୁ
ଗରିବୀରୁ ବାହାରକୁ ଆଣିପାରିଲାନି । ସାରା ଓଡିଶାରେ ବିଜେଡି ସରକାର ଉପରେ ଲାକଙ୍କ ପ୍ରବଳ
ଆକ୍ରୋଶ ରହିଛି । ଲୋକ କହୁଛନ୍ତି “ଆଉ କେତେ ଦିନ ସହିବ ଓଡ଼ିଶା” । ନବୀନ ଓଡ଼ିଶା ସରକାର ଅଣଓଡ଼ିଆ
ଦ୍ୱାରା ପରିଚାଳିତ ହେଉଛି । ବିଜେଡି ସରକାର ପୂରା ଆଉଟସୋର୍ସିଂରେ ଚାଲିଛି । ନବୀନଙ୍କ
ଅତ୍ୟାଚାରୀ ଶାସନରୁ ସମୂଳେ ଧ୍ୱଂସ ପାଇଁ ପ୍ରତ୍ୟେକ ବିଭିନ୍ନ ଦଳରୁ ହଜାର ହଜାର ନେତା ଓ କର୍ମୀ
ବିଜେପିରେ ଯୋଗ ଦାନ କରୁଛନ୍ତି । ଓଡ଼ିଶାରେ “ଡବଲ ଇଞ୍ଜିନ ସରକାର” ଗଢ଼ିବା ପାଇଁ ଓଡ଼ିଶା ଲୋକ
ସଂକଳ୍ପ ନେଇଛନ୍ତି ବୋଲି ମିଶ୍ରଣ ପର୍ବ ଅବସରରେ ପୂୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି
କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଜଗତସିଂହପୁର
ଜିଲ୍ଲା କୁଜଙ୍ଗ ବ୍ଲକ ମଙ୍ଗରାଜପୁର ସରପଂଚ ତଥା ଯୁବ ଇଞ୍ଜିନିୟର ପ୍ରମୋଦ କୁମାର ବେହେରା ନିଜର
ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ବେହେରାଙ୍କ ସମେତ ବିଜୁ
ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ପାରାଦୀପ ନିର୍ବାଚନ ମଣ୍ଡଳୀର ପୂର୍ବତନ ସଭାପତି
ତ୍ରିଲୋଚନ ତରାଇ ବିଜେପିରେ ସାମିଲ ହେଲେ ।
ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଏସି ମୋର୍ଚ୍ଚା
ରାଜ୍ୟ ସଭାପତି ତଥା ଜଗତସିଂହପୁର ସାଂସଦ ପ୍ରାର୍ଥୀ ଶ୍ରୀ ବିଭୂପ୍ରସାଦ ତରାଇ ପ୍ରମୁଖ ନୂତନ
ସଦସ୍ୟଙ୍କୁ ଉତୀରୀୟ ପିନ୍ଧାଇ ସ୍ୱାଗତ କରିଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ
୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ମହାନ୍ତି ସଦସ୍ୟତା କରାଇଥିଲେ ।