ଆାଗାମୀ ତିନଘଣ୍ଟା ପାଇଁ କାଳବୈଶାଖୀ
ନେଇ ସତର୍କକତା ଜାରି କରିଛି ପାଣିପାଗ ବିଭାଗ ।
ଏହି ମଧ୍ୟରେ 30 ରୁ 40 କିଲୋମିଟର ବେଗରେ ପବନ ବହିବା ସହିତ ଘଡ଼ଘଡ଼ି ବିଜୁଳ ସହିତ ବର୍ଷା ହେବା ନେଇ
ଆକଳନ କରାଯାଇଛି । ରାଜ୍ୟର 6 ଟି ଜିଲ୍ଲାକୁ ବର୍ଷା ଜନିତ ସକର୍କତା ଜାରି କରାଯାଇଛି । ଖୋର୍ଧା
,କଟକ, ନୂଆପଡ଼ା, ବଲାଙ୍ଗୀର , କଳାହାଣ୍ଡି ଏବଂ କୋରାପୁଟରେ
ବର୍ଷା ସମ୍ଭାବନା । ଏହି ସମୟ ମଧ୍ୟରେ ଘରୁ ନ ବାହରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି ।
ଆସନ୍ତା ୫ ଦିନ ପଯ୍ୟନ୍ତ ରାଜ୍ୟରେ ଲାଗି ରହିବ
କାଳବୈଶାଖୀ । ବିଶେଷ କରି ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ
ପ୍ରଭାବରେ ବର୍ଷା,
ବିଜୁଳିମାରିବାର
ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ନେଇ ପୂର୍ବାନୁମାନ
କରିଛି ପାଣିପାଗ କେନ୍ଦ୍ର। ପ୍ରବଳ ବର୍ଷା, ପବନ ଓ ବଜ୍ରପାତ
ନେଇ ୪ଦିନ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ପାଇଁ
ସମୁଦ୍ରରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ସ୍ଥଳଭାଗକୁ ଆସୁଥିବା ଯୋଗୁଁ ବର୍ଷା ହେଉଥିବା କହିଛି
ପାଣିପାଗ କେନ୍ଦ୍ର। ସେହିପରି ଆସନ୍ତାକାଲି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ
ବର୍ଷା ହେବାର ସମ୍ଭାବନା ରହିଛି।