ରଘୁନାଥପାଲିରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ଭିକେ ପାଣ୍ଡିୟାନ । ସିଧାସଳଖ
କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ଚ୍ୟାଲେଞ୍ଜ ଦେଇଛନ୍ତି ପାଣ୍ଡିୟାନ । କହିଛନ୍ତି ଆପଣ ବଡ଼ ବଡ଼ କଥା କହୁଛନ୍ତି,
ହେଲେ ତେଲ ରେଟ୍ ବଢିବନି ବୋଲି ଚ୍ୟାଲେଞ୍ଜ ଦେଇପାରିବେ କି । ଏଲପିଜି ଦାମ ବଢିବନି ବୋଲି
ଗ୍ୟାରେଣ୍ଟି ଦେଇପାରିବେ କି ।
ଏଥିସହିତ ପାଣ୍ଡିଆାନ କହିଛନ୍ତି 2024ର ପ୍ରତି ବର୍ଷ ଦୁଇ କୋଟି ରୋଜଗାର ଦେବେ ବୋଲି କହିଥିଲେ
। 10 ବର୍ଷରେ 20 କୋଟି ରୋଜଗାର ଦେବା କଥା । ଏହା ହେଇଥିଲେ ଓଡ଼ିଶାର ଭାଗ ପଡ଼ିଥାନ୍ତା 80
ଲକ୍ଷ ରୋଜଗାର , ସେହି ଅନୁସାରେ ରଘୁନାଥପାଲିରେ 50 ହଜାର ଲୋକ ଚାକିରୀ ପାଇବା କଥା । ହେଲେ
ରଘୁନାଥପାଲିରେ 50 ହଜାର ଲୋକ ଚାକିରି ପାଇଛନ୍ତି କି ବୋଲି ପାଣ୍ଡିଆନ ସମବେତ ଜନତାଙ୍କୁ ପ୍ରଶ୍ନ
କରିଛନ୍ତି ।
ଅନ୍ୟପଟେ ନବୀନ ବାବୁ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି । ଶପଥ ଦିନ ହିଁ ମୁଖ୍ୟମନ୍ତ୍ରୀ ମାନିଫେଷ୍ଟୋକୁ
କ୍ୟାବିନେଟରେ ପାସ୍ କରିବେ । ହେଲେ ଓଡ଼ିଶା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ଦେବା କଥା
କହିବା ପରେ, ବିରୋଧୀଙ୍କୁ କରେଣ୍ଟ ଲାଗିଛି । ଜୁନ ମାସରେ ଲୋକଙ୍କୁ ଆଉ ବିଜୁଳି ବିଲ ଦେବାକୁ
ପଡ଼ିବନି , ଏହା ହେଉଛି ନବୀନଙ୍କ ଗ୍ୟରେଣ୍ଟି ବୋଲି କହିଛନ୍ତି ପାଣ୍ଡିୟାନ ।