କନ୍ଧମାଳ ସଙ୍କଳ୍ପ ସମାବେଶରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
କହିଛନ୍ତି 26 ବର୍ଷର ତଳେ ଆଜିର ଦିନରେ ଅଟଳ ବିହାରୀ ବାଜପେୟୀଙ୍କ ଶାସନ ସମୟରେ ପୋଖରାନରେ
ପରମାଣୁ ବୋମା ପରୀକ୍ଷଣ କରାଗଲା । ଯାହା ସମସ୍ତ ଭାରତୀୟଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଏବଂ ସାରା ବିଶ୍ବରେ ଭାରତ
ସ୍ବତନ୍ତ୍ର ସ୍ଥାନ ପାଇଥିଲା । ବିଶ୍ବରେ ଭାରତ ନିଜ ସାମର୍ଥ୍ୟର ପରିଚୟ ଦେଇଥିଲା । କିନ୍ତୁ ଦୁର୍ଭାଗ୍ୟ
ଆାଜିକା ଦିନରେ କଂଗେସ ଭାରତକୁ ଡ଼ରାଉଛି । କଂଗେସ ନେତା କହୁଛନ୍ତି ପାକିସ୍ତାନକୁ ଡ଼ର ,ତା
ପାଖରେ ପରମାଣୁ ବୋମା ଅଛି , ପାକିସ୍ତାନକୁ ସମ୍ମାନ ଦିଅ । ସେମାନେ ବୋଧହୁଏ ଜାଣିନାହାଁନ୍ତି
ପାକିସ୍ତାନ ପାଖରେ ଯାହା ବି ପରମାଣୁ ବୋମା ଅଛି ତାକୁ ସେ ନିଜେ ରଖିପାରୁନି କି କାହାକୁ ବିକି
ପାରୁନି । କାରଣ ସେ ବୋମା କ୍ବାଲିଟି ଉପରେ କୌଣସି ଦେଶର ବିଶ୍ବାସ ନାହିଁ । ଦୁର୍ଭାଗ୍ୟର ବିଷୟ
ଏଭଳି ଏକ ଆାତଙ୍କବାଦୀ ପ୍ରେମୀ ଦେଶ ସହ କଂଗ୍ରେସ ବସି ବୈଠକ କରୁଛି । କଂଗେସର ଏଭଳି ମନେଭାବ ଯୋଗୁଁ ଜାମ୍ମୁକାଶ୍ମୀରବାସୀ ଦୀର୍ଘ 60
ବର୍ଷ ଧରି ଆାତଙ୍କବାଦକୁ ସହିଆାସୁଛନ୍ତି । ସେଠାରେ ଆାତଙ୍କବାଦ ବିରୋଧରେ ପଦକ୍ଷେପ ନେବା
ବଦଳରେ ଓଲଟି ଆାତଙ୍କବାଦୀକୁ ପ୍ରୋତ୍ସାହନ ଦେଉଛି ।