ଫୁଲବାଣୀ ଜନସଭାରେ ନବୀନ ବାବୁଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଆ ଭାଷ ସହ ଶ୍ରୀମନ୍ଦିର ପ୍ରସଙ୍ଗରେ ବାଣ ମାରିଛନ୍ତି । ବିଜେଡ଼ିକୁ ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ହମଲା କରିବା ସହ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୋଦି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ସେ
କହିଛନ୍ତି ନବୀନ ବାବୁଙ୍କୁ ମୁଁ ଆାଜି ଏକ ଚ୍ୟାଲେଞ୍ଜ ଦେଉଛି । ନବୀନ ବାବୁଙ୍କୁ କାଗଜ ଖଣ୍ଡେ ଧରାଇ
ଛିଡ଼ା କରାଯାଉ । ନବୀନ ବାବୁଙ୍କୁ ବିନା କାଗଜରେ ଜିଲ୍ଲା ନାଁ ଓ ଜିଲ୍ଲା
ମୁଖ୍ୟାଳୟ ନାଁ ଲେଖିବାକୁ କୁହାଯାଉ । ଏବେ ଆପଣ କୁହନ୍ତୁ ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା ନାଁ ଜାଣି ନାହାନ୍ତି
ସେଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଖିପାରିବେ କି । ମୋତେ 5 ବର୍ଷ ସୁଯୋଗ ଦିଅନ୍ତୁ ଭାଜପା ଓଡ଼ିଶାକୁ ନମ୍ବର ଓ୍ବାନ କରିଦେବ
। ସେହିପରି ମୋଦି ନବୀନଙ୍କୁ ରତ୍ନ ଭଣ୍ଡାର ପ୍ରସଙ୍ଗ ନେଇ ଖୁଲମଖୁଲା ନିଶାଣ କରିଛନ୍ତି । ସୋ
କହିଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାର ମୂଲ୍ୟାଙ୍କନ 45 ବର୍ଷ ତଳେ ଖେଲାଯାଇଥିଲା । ଭଗବାନ
ଜଗନ୍ନାଥଙ୍କ ବିନା ଆମର ଜୀବନ ହିଁ ନାହିଁ । ଗତ 40 ବର୍ଷରୁ ଅଧିକ ହେଲାଣି ରତ୍ନଭଣ୍ଡାର ଖୋଲାଯାଇନାହିଁ
। ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରର ଚାବି ବି ସମ୍ଭାଳି ପାରୁନାହଁନ୍ତି ବିଜେଡ଼ି ସରକାର । ଚାବି
କୁଆଡ଼େ ଗଲା । ଆପଣଙ୍କ ଜାଣିବା ଅଧିକାର ଅଛି ।
ରାଜ୍ୟ ସରକାର କହୁଛନ୍ତି ଡ଼ୁପ୍ଳିକେଟ ଚାବି ମିଳିଛି । ଡ଼ୁପ୍ଳିକେଟ ଚାବି କାହିଁକି ତିଆରି ହେଲା
। ଡ଼ୁପ୍ଲିକେଟ ଚାବିରେ ରତ୍ନ ଭଣ୍ଡାର ଖୋଲୁ ନଥିଲା ତ, ରତ୍ନ ନେଉ ନ ଥିଲା ତ, ଚାବି ହଜିବାଠାରୁ
ଡ଼ୁପ୍ଲିକେଟ ଚାବି ,ଅଧିକ ଗମ୍ଭିର ବିଷୟ । ଏଥିପାଇଁ କମିଶନ ତ ବସିଲା, ହେଲେ କମିଶନ ରିପୋର୍ଟ
ସାର୍ବଜନୀନ ହେଲାନି । ନବୀନ ବାବୁଙ୍କ ସରକାର ଏ ବିଷୟକୁ ନେଇ ଭୀତତ୍ରନ୍ତ ଅଛନ୍ତି । ଭାଜପା
ସରକାର ଆାସିଲେ ରତ୍ନଭଣ୍ଡାର ମର୍ଯାଦା ପ୍ରତିଷ୍ଠା ହେବ ।