ରାଜଧାନୀରେ ବିଶାଳ ରୋଡ଼ ସୋ ପରେ ଆାଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି
ଜିଲ୍ଲାରେ ପ୍ରଚାର କରିବେ । କନ୍ଧମାଳ ବଲାଙ୍ଗୀର
ଓ ବରଗଡ଼ରେ ଦଳୀୟ ସମାବେଶରେ ଯୋଗଦେବୋ ।
ପ୍ରଥମେ କନ୍ଧମାଳ ଯିବେ ପ୍ରଧାନମନ୍ତ୍ରୀ । ସକାଳୁ
ପ୍ରଥମେ କନ୍ଧମାଳ ଅଭିମୁଖେ ବାହାରିବେ । ସେଠାରେ ସକାଳ 10 ଟା 20 ରେ ଗୁଦାରୀ ଏୟାରଷ୍ଟ୍ରିପରେ ପହଂଚିବା ପରେ କନ୍ଧମାଳ ପଥରଚେପାସ୍ଥିତ ଅସ୍ଥାୟୀ ହେଲିପ୍ୟାଡ଼ରେ
ଓହ୍ଲାଇବା ପରେ 12ଟା 15 ରୁ 12ଟା 55 ପର୍ଯ୍ୟନ୍ତ ଜନସଭାକୁ ଉଦେବାଧନ ଦେବେ ।ଏହା ପରେ ଗରଗଡ଼ ଜିଲ୍ଲା ଗସ୍ତ କରିବେ ମୋଦୀ ।
1ଟା 45 ରେ ବରଗଡ଼ର ବରାହଗୁଡ଼ା ଟୋଲଗେଟ ନିକଟରେ ଥିବା ବିକାଶ ଭିନଟେଜ ପଡ଼ିଆରେ ବିଶାଳ ଜନସଭାରେ
ଉଦବୋଧନ ଦେବା ସହିତ ଦଳୀୟ ପ୍ରାର୍ଥୀ ପାଇଁ ଭୋଟ ମାଗିବେ । ଏହି ସଭାରେ କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟତୀତ ବହୁ ରାଜ୍ୟସ୍ତରୟ ନେତା ଉପସ୍ଥିତ ରହିବେ ।
ତିନୋଟି ଜିଲ୍ଲାରେ ମୋଦୀଙ୍କ ଗ୍ରସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ବଲାଙ୍ଗିରରେ 2 ଶହ ପୁଲିସ ଅଧିକାରୀ 300 ହୋମଗାର୍ଡ଼ ଏବଂ 20 ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।