ଆଜି ପୂରା ରୀତିନୀତି ସହ ଭାରତ ଓ ବିଦେଶର ଶ୍ରଦ୍ଧରଳୁଙ୍କ ପାଇଁ ଖୋଲିଛି କେଦାରନାଥ ଧାମର ଦ୍ବାର
। ଏହି ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
ପୁଷ୍କର ସିଂହ ଧାମି ମଧ୍ୟ ସେଠାରେ ପହଞ୍ଚଛନ୍ତି । ଦ୍ବାର ଖୋଲିବାର ପ୍ରଥମ ଦିନରେ ହଜାର ହଜାର
ଶ୍ରଦ୍ଧାଳୁ ଧାମରେ ପହଞ୍ଚିଛନ୍ତି । ଧାମରେ ତୀର୍ଥଯାତ୍ରୀଙ୍କ ପାଇଁ ବିଶ୍ବାସ ପଥ ନିର୍ମାଣ
କରାଯାଇଛି । ସେହିପରି ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର ଦ୍ବାର ମଧ୍ୟ ଆଜି ବିନେଶରେ ଭକ୍ତଙ୍କ
ପାଇଁ ଖୋଲାଯିବ । ନିଦ୍ଧାରିତ ମୁଯୂତ୍ତ ଅନୁଯାୟୀ ରୀତିନୀତି ଓ ଧାର୍ମିକ ପରମ୍ପରା ଅନୁଯାୟୀ
କେଦାରନାଥ ରାଓ୍ବାଲ ଭୀମଶଙ୍କର ଲିଙ୍ଗ ,ମୁଖ୍ୟ ପୂଜକ ଶିବ ଶଙ୍କର ଲିଙ୍ଗ ପ୍ରଶାସନ , ବିକେଟିସି
ଅଧିକାରୀ ଏବଂ ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଦ୍ବାର ଖୋଲାଯାଇଥିଲା । ପ୍ରଶାସନ
ଉପସ୍ଥିତିରେ ମୁଖ୍ୟ ଫାଟକର ତାଲା ଖୋଲାଯାଇଥିଲା ।ଏହାପରେ ଗର୍ଭଗୃହରେ କବାଟ ଖୋଲାଯାଇଥିଲା ।
ରାଓ୍ବାଲ ଓ ମୁଖ୍ୟ ପୂଜକ ଗର୍ଭଗୃହରେ ପୂଜାଚ୍ଚନା କରିଥିଲେ ।