ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲା
ଅନ୍ତରୀଣ ଜାମିନ । ଜୁନ 1 ତାରିଖ ପର୍ଯ୍ୟନ୍ତ ଜାମିନ ଦେଲେ ସୁପ୍ରିମକୋର୍ଟ । ଦିଲ୍ଲୀ ମଦ
ଦୂର୍ନୀତି ମାମଲାରେ ମାର୍ଚ 21 ରେ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା ପ୍ରବତ୍ତନ ନିଦ୍ଦେଶାଳୟ ।
ଗିରଫ ପରେ କେଜ୍ରିଓ୍ବାଲ ତିହାର ଜେଲରେ ରହିଛନ୍ତି । ଅନ୍ତରୀଣ ଜାମିନ ପାଇବା ପରେ କେଜ୍ରିଓ୍ବାଲ
ଏବେ ଆପ୍ ପାଇଁ ପ୍ରଚାର କରିବେ । ଏହାପୂର୍ବରୁ ନିର୍ବାଚନ ପ୍ରଚାର ପାଇଁ କେଜ୍ରିଓ୍ବାଲଙ୍କୁ
ଜାମିନ ଦିଆଯିବା ପ୍ରସଙ୍ଗକୁ ଜୋରଦାର ବିରୋଧ କରିଥିଲା ଇଡ଼ି । ଦିଲ୍ଲୀ
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବା ସହିତ
ସୁପ୍ରିମକୋର୍ଟ ଅନେକ କଡା ସର୍ତ୍ତ ରଖିଛନ୍ତି। କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ
ପ୍ରଦାନ ଆଦେଶରେ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀଙ୍କ
କାର୍ଯ୍ୟାଳୟ ଏବଂ ଦିଲ୍ଲୀ ସଚିବାଳୟକୁ ଯିବେ ନାହିଁ। ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କହିଛନ୍ତି
ଯେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିର୍ଦ୍ଦେଶ ବିନା କେଜରିୱାଲ କୌଣସି ସରକାରୀ ଫାଇଲରେ
ଦସ୍ତଖତ କରିବେ ନାହିଁ। ୫୦,୦୦୦ଟଙ୍କା
ବ୍ୟକ୍ତିଗତ ବଣ୍ଡରେ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି
ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ
କହିଛନ୍ତି ଯେ ଜେଲରୁ ବାହାରିବା ପରେ ଅରବିନ୍ଦ କେଜରିୱାଲ ଦିଲ୍ଲୀ ଏକ୍ସାଇଜ ପଲିସିରେ ତାଙ୍କ
ଭୂମିକା ସମ୍ପର୍କରେ ଆଲୋଚନା କରିବେ ନାହିଁ କିମ୍ବା କୌଣସି ବୟାନ ଦେବେ ନାହିଁ। ଏହା ସହିତ ସେ
କୌଣସି ସାକ୍ଷୀଙ୍କ ସହ କଥାବାର୍ତ୍ତା କରିବେ ନାହିଁ କିମ୍ବା ଏହି ମାମଲା ସହ ଜଡିତ କୌଣସି
ସରକାରୀ ଫାଇଲକୁ ପ୍ରବେଶ କରିବେ ନାହିଁ।