11 ବର୍ଷ ପରେ ନରେନ୍ଦ୍ର ଡ଼ୋଭାଲକର ହତ୍ୟା ମମଲାରେ କୋର୍ଟ
ରାୟ ଶୁଣାଇଛନ୍ତି । ଅନ୍ଧବିଶ୍ବାସ ବିରୋଧରେ ଆନ୍ଦୋଳନ କରୁଥିବା ସମାଜସେବୀ ନରେନ୍ଦ୍ର ଦାଭୋଲକାର ହତ୍ୟା ମାମଲାରେ
ପୁଣେର ଏକ ସ୍ବତନ୍ତ୍ର କୋର୍ଟ ଆଜି ରାୟ ଶୁଣାଇଛନ୍ତି । କୋର୍ଟ 2 ଜଣ ଦୋଷୀ ସଚିନ ଆଣ୍ଡୁରେ
ଏବଂ ଶରଦ କଲାସ୍କରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ
କରିଥିବା ବେଳେ 3 ଅଭିଯୁକ୍ତ ସଞ୍ଜୀବ, ବିକ୍ରମ ଓ ବୀରନ୍ଦ୍ର ସିଂ ତାଓ୍ବଡ଼ଙ୍କୁ ଦୋଷମୁକ୍ତ କରିଛନ୍ତି । 2013 ମସିହା ଅଗଷ୍ଟ 20 ତାରିଖରେ ପୁଣେର
ଓମକାରେଶ୍ବର ବ୍ରଜିର ସକାଳୁ ବୁଲିବାକୁ ଯାଇଥିବା ବେଳେ ଦାଭୋଲକରଙ୍କୁ ଗୁଳି କରି ହତ୍ୟା
କରାଯାଇଥିଲା । ଏହି ମାମଲାରେ 5 ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା । ପ୍ରଥମେ ପୁଣେ ପୁଲିସ ଏହି
ମାମଲାର ତଦନ୍ତ କରୁଥିଲା, କିନ୍ତୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଧଶ କ୍ରମେ ସିବିଆଇକୁ 2014 ରେ ଏହି ମାମାଲାକୁ
ନିଜ ହାତକୁ ନେଇଥିଲା ଏବଂ 2016 ଜୁନ ମାସରେ ହିନ୍ଦୁ ଦକ୍ଷିଣପନ୍ଥୀ ସଂଗଠନ ସନାତନ ସଂସ୍ଥା ସହ
ଜଡ଼ିତ ବୀରେନ୍ଦ୍ର ସିଂ ତାଓ୍ବଡ଼େଙ୍କୁ ଗିରଫ କରିଥିଲା । ତାଓ୍ବେଡ଼େଙ୍କୁ ଗିରଫ କରିଥିଲା ।
ତାଓ୍ବଡ଼େ ଏହି ହତ୍ୟାକାଣ୍ଡର ଅନ୍ୟତମ ଷଡ଼ଯନ୍ତ୍ରକାରୀ ଥିଲା ।