ପଦ୍ମଶ୍ରୀରେ ସମ୍ମାନୀତ ହେଲେ ଦୁଇ ଓଡ଼ିଆ ଭାଗବତ ପ୍ରଧାନ ଓ ବିନୋଦ ମହାରଣା । ଗୁରୁବାର
ରାଷ୍ଟ୍ରପତି ଭବନରେ ଆୟୋଜିତ ଦ୍ବିତୀୟ ପଦ୍ମ ପୁରସ୍କାର ବିତରଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦି
ମୁର୍ମୁ ଦୁଇ ଓଡ଼ିଆଙ୍କୁ ଏହି ସମ୍ମାନ ପ୍ରଦାନ
କରିଛନ୍ତି । କଳାକ୍ଷେତ୍ରରେ ଯୋଗଦାନ ପାଇଁ ବରଗଡ଼ ଜିଲ୍ଲାର ଲୋକକଳା ଶଦ୍ଦନୃତ୍ୟ ଶିଳ୍ପୀ ଗୁରୁ ଭାଗବତ ପ୍ରଧାନଙ୍କୁ
ଓ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ପୁରସ୍କାର ପାଇବା ଲାଗି କେବଳ କଳାକ୍ଷେତ୍ରରେ 4
ଓଡ଼ିଆ ମନୋନୀତ ହୋଇଥିଲେ । ଗତ ଏପ୍ରିଲ 22ରେ ଗଞ୍ଜାମର 106 ବର୍ଷୀୟ ଲୋକକଳା କୃଷ୍ଣଲୀଳାର
ସଂଗୀତ ଗାୟକ ଗୁରୁ ଗୋପୀନାଥ ସ୍ବାଇଁ ଓ ସମ୍ବଲପୁରର ପ୍ରଖ୍ୟାତ ଲୋକ ସାହିତ୍ୟିକ ବିନୋଦ
କୁମାର ପଶାୟତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।