ଆଜି ପବିତ୍ର ଅକ୍ଷି ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ
ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଓଡ଼ିଆ ପରମ୍ପରା ଅନୁସାରେ ବୈଶାଖ ମାସରେ ଏହି ପୂଜା
ପଡ଼ିଥାଏ । ଆଜିର ଏହି ଦିବ୍ୟ ମୁହୂର୍ତରେ କୌଣସି କାମ କଲେ ତାହା ନିଶ୍ଚିତ ଶୁଭଙ୍କର ବୋଲି
ବିଶ୍ବାସ ରହିଛି । ବିଶେଷ କରି ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପତୀକ ବୋଲି କୁହାଯାଏ
। ଆାଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି
କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ । ତେଣୁ ଏହାକୁ କୃଷି ଭିତ୍ତିକ ପର୍ବ ବା କୃଷିଭିତିକ ପର୍ବ
ବା କୃଷକଙ୍କ ପର୍ବ ବୋଲି କୁହାଯାଏ ।
କୃଷକମାନେ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ଏହାର ପାଳନ
କରିଥାନ୍ତି । ଚାଷୀମାନେ କ୍ଷେତରେ ମୁଠାମୁଠା ବିହନ ବୁଣିଥାନ୍ତି, ଯାହାକୁ ଅଖିମୁଠି କହିଥାନ୍ତି । ଆଉ ଆଜିଠାରୁ ଚାଷ କାମ ଆରମ୍ଭ ହୋଇଥାଏ
। ସବୁ କାମର ଅନୁକୂଳ ପାଇଁ ଏହି ଦିନଟି ବେଶ୍ ଭଲ ଓ ଶୁଭ ହୋଇଥିବାରୁ ଗୃହନିର୍ମାଣ .ନିର୍ବନ୍ଧ,
ବିବାହ ,ଉପନୟନ ଆଦି ଶୁଭକର୍ମ ଅନୁଷ୍ଠିତ
ହୋଇଥାଏ ।