ପୁରୀ : ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକ
ଚାରିଛକ ଖେଳ ପଡ଼ିଆରେ ଯୋଗଦେଇ ଗଡ଼କରୀ
କହିଥିଲେ, ଟାଙ୍ଗିରୁ
ଦୀଘା ପର୍ଯ୍ୟନ୍ତ ଯେଉଁ ରାସ୍ତା ତିଆରି ହେଉଛି,
ଚିଲିକା ହ୍ରଦ ଓ ଆଦ୍ରଭୂମି କାରଣରୁ ସେଥିରୁ ଗୋପାଳପୁରରୁ ସାତପଡ଼ା ଭିତରେ ସଂଯୋଗୀକରଣ
ରାସ୍ତା ବାଦ୍ ପଡ଼ିଛି। ଏନ୍ଏଚ୍-୫ ଓ ୧୬(ଏ) ଏବଂ ଏନଏଚ-୩୧୬(ଏ) ମଝିରେ ଥିବା ଏହି ରାସ୍ତା
ନହେବା କାରଣରୁ ଏବେ ବି ଦେଶୀ ଡଙ୍ଗା ଉପରେ ଅଞ୍ଚଳବାସୀ ନିର୍ଭର କରୁଛନ୍ତି। ଏହି ସମ୍ବେଦନଶୀଳ
ପ୍ରସଙ୍ଗକୁ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବ୍ରହ୍ମଗିରି ବିଧାନସଭା ପ୍ରାର୍ଥୀ
ଉପାସନା ମହାପାତ୍ର ମୋର ଦୃଷ୍ଟିଗୋଚର କରିଥିଲେ। ଏହାକୁ ସେ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି।
ଗୋପାଳପୁରରୁ ସାତପଡ଼ାକୁ ଚିଲିକା ଉପରେ ରାସ୍ତା ନିର୍ମାଣକୁ ମଞ୍ଜୁରି ପ୍ରଦାନ କରାଯାଇଛି। ୨.୫
କିଲୋମିଟରର ଏହି ରାସ୍ତା ଦୁଇଲେନ୍ ବିଶିଷ୍ଟ ହେବ। ୧ କିଲୋମିଟର ଲମ୍ବ ଦୁଇଲେନ୍ ବ୍ରିଜ
ହେବ। ଏହାର ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଡ଼କରୀ କହିଛନ୍ତି, ମୁଁ କେବେ ସ୍ବପ୍ନ
ଦେଖାଏନି। ମୁଁ ଯାହା କହେ, ତାହା
କରି କି ଦେଖାଏ। ୧୦ ବର୍ଷର ମନ୍ତ୍ରୀ ମୁଁ। ୫୦ଲକ୍ଷ କୋଟି ଟଙ୍କାର କାମ କରି ସାରିଛି। କେହି
କହି ପାରିବେନି, ମୁଁ
ଯାହା କହିଛି, ତାହା
କରିନି। ଏଭଳି ବିକାଶରେ ସାମିଲ୍ ହେବା ପାଇଁ ସମ୍ବିତ ଓ ଉପାସନାଙ୍କୁ ଭୋଟ୍ ଦେଇ ବିଜୟ
କରିବାକୁ ନିବେଦନ କରିଛନ୍ତି।