କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କୃଷ୍ଣପ୍ରସାଦରେ
ନିଜର ଅଭିଭାଷଣ ରଖିଛନ୍ତି । ଏହି ସମୟରେ ଗଡ଼କରୀ ଓଡ଼ିଶା ପାଇଁ ଅନେକ ଘୋଷଣା କରିଛନ୍ତି । ସେ କହିଛନ୍ତି ଆଜି
ଜଗନ୍ନାଥଙ୍କୁ ଦର୍ଶନ ବେଳେ ଦେଶକୁ ସୁଖୀ , ସମୃଦ୍ଧ କାମନା
କରିଛି । ଓଡ଼ିଶାର ବିସ୍ତୁତ ସମୁଦ୍ର କୂଳ ରାଜ୍ୟ ପାଇଁ ବଡ଼ ତାକତ । ଆମେ ମତ୍ସ୍ୟଜୀବୀଙ୍କୁ
ଶହେ ନଟିକାଲ ମାଇଲ ଦକ୍ଷତା ବିଶିଷ୍ଟ ଟ୍ରଲର ଦେଇଛୁ । ଗଡ଼କରୀ ଆହୁରି କହିଛନ୍ତି ରାଞ୍ଚିରୁ
ସମ୍ବଲପୁର 4 ଲେନ ରାସ୍ତା ହେବ । ଭୁବନେଶ୍ବର ରିଂ ରୋଡ଼ କାମ ଅକ୍ଟୋବରରୁ ଆରମ୍ଭ ହେବ ।
ସେହିପରି ସମ୍ବଲପୁର 35 କିମି 4 ଲେନ ବିଶିଷ୍ଟ ରିଂ ରୋଡ଼ ହେବ । ଏଥିଲାଗି ଚିଲିକାରେ ସେତୁ ପାଇଁ ବି ଗଡ଼କରୀ ଘୋଷଣା କରିଛନ୍ତି । ଗଡ଼କରି କହିଛନ୍ତି
,ଡ଼ିପିଆାର ପ୍ରସ୍ତୁତ ହୋଇଯାଇଛି, ନିର୍ବାଗନ ପରେ କାମ
ଆରମ୍ଭ ହେବ ।