ଆସନ୍ତା କାଲି ଟ୍ବିନ ସିଟିରେ ବର୍ଷା ସମ୍ଭାବନା । ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ
ଓ୍ବାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଉପକୂଳ ,ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ
ବିଭିନ୍ନ ସ୍ଥାନରେ ବର୍ଷା ହେବାର
ସମ୍ଭାବନା ରହିଛି । ଆଗାମୀ 5 ଦିନ ହେବାର ସମ୍ଭାବନା
ରହିଛି । ଆସନ୍ତାକାଲି ସକାଳ ସାଢେ 8 ଟାରୁ 11 ତାରିଖ ପର୍ଯ୍ୟନ୍ତ 19ଜିଲ୍ଲା ପାଇଁ ଓ୍ବାଣ୍ଣିଂ
ଜାରି କରାଯାଇଛି ।
ଆସନ୍ତା 24 ଘଣ୍ଟାରେ ବିଜୁଳି
ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
40 ରୁ 50 କିଲୋମିଟର ବେଗରେ ପବନ ବହିବା ନେଇ
ପାଣିପାଗ ବିଭାଗ ଆକଳନ କରିଛି । ମୟୁରଭଂଜ , କେନ୍ଦୁଝର, ବାଲେଶ୍ବର ,ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳ
ହୋଇପାରେ । ଉପକୂଳ ଓଡ଼ିଶାରେ ଘଂଣ୍ଟା ପ୍ରତି ପବନର ବେଗ 30 ରୁ 40 କିଲୋମିଟର ରହିବ । ଆସନ୍ତାକାଲି ବାଲେଶ୍ବର ,ମୟୁରଭଂଜରେ ପବନର ବେଗ ମଧ୍ୟ 30 ରୁ 40 କିଲୋମିଟର ପ୍ରତି ଘଂଣ୍ଟା ରହିବ । ଏଥିରେ
ଉପକୂଳ ସମେତ ଉତ୍ତର ଓଡ଼ିଶା ପ୍ରଭାବିତ ହେବ । ଏନେଇ 9,10,11 ତାରିଖ ପାଇଁ ୟୋଲୋ ଓ୍ବାଣ୍ଣିଂ
ଜାରି କରାଯାଇଛି ।