ରାୟଗଡ଼ା: ରାୟଗଡ଼ାରେ ବିଜେପି ପାଇଁ ପ୍ରଚାର କରିବା ବେଳେ ରାଜନାଥ ସିଂହ ବିଜେଡି ସରକାରକୁ କଟାକ୍ଷ କରିଛନ୍ତି । ରାଜ୍ୟରେ ବିଜେପି ସରକାର ଆସିଲେ ରାଜ୍ୟର ବିକାଶ ହେବ ବୋଲି କହିଛନ୍ତି । ବିଜେଡି ଉପରେ ବର୍ଷିଲେ ବିଜେପି ନେତା ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନାମ ନନେଇଥିଲେ ମଧ୍ୟ ନବୀନ ସରକାରଙ୍କୁ ଟାର୍ଗେଟ କରିଥିଲେ । ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଗରିବୀରୁ ଭଲ ସ୍ତରକୁ ଆସିଛନ୍ତି। ବିଶ୍ବର ଜନତା ଚାହୁଁଛନ୍ତି, ମୋଦୀ ଆଗକୁ ମଧ୍ୟ ସରକାର ଗଢ଼ନ୍ତୁ। ଏହି ଓଡ଼ିଶାରେ ବଡ଼ସଂଖ୍ୟାରେ ଗରିବୀ ଦେଖାଯାଉଥିଲା। କିନ୍ତୁ ପୂର୍ବ ତୁଳନାରେ ଏବେ ପରିବର୍ତ୍ତନ ଦେଖାଯାଉଛି। ସମସ୍ତଙ୍କୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ହେବାର ଅଛି। ସମସ୍ତଙ୍କୁ ଶୌଚାଳୟ ଓ ଗ୍ୟାସ ମଧ୍ୟ ଦରକାର ଅଛି। ଭାରତୀୟ ଜନତା ପାର୍ଟି ଓଡ଼ିଶାର କେତୋଟି ଲୋକସଭା ଆସନରେ ବିଜୟ ହାସଲ କରିବ ବୋଲି ପଚରାଗଲେ, କିଛି ଲୋକେ କହୁଥିଲେ ୨। ସେହିଭଳି ଅନ୍ୟମାନେ କହୁଥିଲେ ୭ ଅଥବା ୮। ଏଥର କିନ୍ତୁ ଓଡ଼ିଶାବାସୀ କହୁଛନ୍ତି, ୨୧ରୁ ୨୧ ଲୋକସଭା ଆସନରେ ବିଜେପି ଜିତିବ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ଏହା କହିଛନ୍ତି। ବିଜେପିର ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ଆପଣଙ୍କର ବିଜେପି ସାଂସଦ ପ୍ରାର୍ଥୀ ବିଜୟୀ ହେଲେ ସଂସଦରେ ଭଲ କାମ କରିପାରିବେ। ଆପଣଙ୍କର ସମସ୍ୟାକୁ ଉପସ୍ଥାପନ କରିବେ। ଦେଶକୁ ଏଭଳି ଯୁବ ସାଂସଦ ଦରକାର ଅଛି।