ରାଜ୍ୟରେ ୨୫ବର୍ଷ ଧରି ଚାଲିଥିବା ସରକାର ହିସାବ ଦେଇପାରିନାହାନ୍ତି ୫ବର୍ଷରେ କଣ କଲେ? ଆଗାମୀ ଦିନରେ କଣ କରିବାକୁ ଚାହୁଁଛନ୍ତି ତାହାର ରୋଡମ୍ୟାପ ଅଥବା କୌଣସି ମ୍ୟାନିଫାଷ୍ଟୋ କରିନାହାନ୍ତି ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ।
କେନ୍ଦ୍ର ସରକାର ବିଗତ ୧୦ବର୍ଷରେ ଯାହା କରିଛନ୍ତି ତାକୁ ଉପସ୍ଥାପିତ କରିବା ଓ ଆଗାମୀ ୫ବର୍ଷରେ ଓଡିଶାରେ କଣ କରିବାକୁ ଚାହୁଁଛି ତାହାର ରୋଡ ମ୍ୟାପ ସ୍ପଷ୍ଟଭାବେ ଓଡ଼ିଶାବାସୀଙ୍କ ପାଖରେ ଉପସ୍ଥାପିତ କରିଛନ୍ତି । ଭାରତୀୟ ଜନତା ପାର୍ଟିର ସଭାପତି ଓଡ଼ିଶାକୁ ଆସିଲେ, ଓଡ଼ିଶା ସରକାର ଯାହା କରିନାହାନ୍ତି ତାହାର ଚାର୍ଜସିଟ ଉପସ୍ଥାପନା କରିବା ସହିତ ବିଜେପି ଆଗାମୀ ଦିନରେ କଣ କରିବାକୁ ଚାହୁଁଛି ତାହା ଉପସ୍ଥାପନା କଲା ।
ଶ୍ରୀ ଶର୍ମା କହିଛନ୍ତି ଯେ, ବିଜେଡି କେବଳ ମିଥ୍ୟା ଅଭିଯୋଗ କରୁଛି । ବର୍ତମାନ ଭୋଟ ଯାହା ନାଁରେ ମଗା ଯାଉଛି, ସେ ସରକାର ଚଳାଉନାହାନ୍ତି । ସରକାର ଆଉ ଜଣେ ଚଳାଉଛନ୍ତି । ବିଜେଡିର ନେତାମାନେ କ୍ୟାମ୍ପେନ କରୁନାହାନ୍ତି ତାକୁ ଗୁମାସ୍ତା କ୍ୟାମ୍ପେନ କରୁଛନ୍ତି । ତାଙ୍କ ଅନୁଚରମାନେ ଥୋଡାଏ ଥୋଡାଏ ମିଛ କହୁଛନ୍ତି । ମିଛ ଫ୍ୟାକ୍ଟ୍ରୀ ତିଆରି କରିଛି ବିଜେଡି । ସ୍ୱର୍ଗତଃ ବିଜୁ ବାବୁଙ୍କ ନାଁରେ ଯେଉଁ ପାର୍ଟି ତିଆରି ହୋଇଛି, ସେ ଯେଉଁ ଓଟିଏମ ଶିଳ୍ପାନୁଷ୍ଠାନ ଗଢିଥିଲେ ତାର ସ୍ଥିତି କଣ ? କଳିଙ୍ଗ ଆଇରନ କାରଖାନା, ଭାସ୍କର ଟେକ୍ସଟାଇଲ କଂପାନୀ, ବାରଙ୍ଗ କାଚ କାରଖାନା, ବାଲିଆପାଳ ଓ ସୁନ୍ଦରଗଡ ସୁତାକଳ କୁଆଡେ ଗଲା ? ଚିରାଚରିତ ମିଛ କହି ଓଡିଶାବାସୀଙ୍କୁ ବାରମ୍ବାର ଭ୍ରମିତ କରୁଥିବା ଶାସକ ବିଜେଡିର ନେତାମାନେ ଏହାର ଜବାବ୍ ଦେବା ଉଚିତ୍ ବୋଲି ଶ୍ରୀ ଶର୍ମା କହିଛନ୍ତି ।