ଭୁବନେଶ୍ବର: କିଛି ଦିନ ହେଲା ପ୍ରବଳ ତାତି ପରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି କାଳବୈଶାଖୀ ବର୍ଷା ତାଣ୍ଡବ । ଭୁବନେଶ୍ବରଠାରୁ ଆରମ୍ଭ କରି ଉପାନ୍ତ ଅଂଚଳରେ ମଧ୍ୟ ବର୍ଷା ଦେଖିବାକୁ ମିଳିଛି । ବର୍ଷା ପାଇଁ ଲୋକେ ଆଶ୍ବସ୍ତି ହୋଇଛନ୍ତି । ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବୋଲାଙ୍ଗୀର ଓ କୋରାପୁଟକୁ ୩ ଘଣ୍ଟା ପାଇଁ ସତର୍କ କରିଛି । ବର୍ଷା ଓ ବଜ୍ରପାତ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ବିଭାଗ ।ନିମ୍ନ ଚାପରେଖା ପ୍ରଭାବରେ ରାଜ୍ୟରେ ଜାରି ରହିଛି ବିକ୍ଷିପ୍ତ ବର୍ଷା । ପାଣିପାଗ ବିଭାଗର ପୂର୍ବାନୁମାନ, ଆଗାମୀ ୫ ଦିନ ଯାଏଁ ଲାଗି ରହିବ ବର୍ଷା । ଆଭ୍ୟନ୍ତରୀଣ ଓଡ଼ିଶା ଠାରୁ ଦକ୍ଷିଣ ପୂର୍ବ ରାଜସ୍ଥାନ ପର୍ଯ୍ୟନ୍ତ ଛତିଶଗଡ଼ ଦେଇ ଏକ ନିମ୍ନଚାପ ରେଖା ଗତି କରୁଛି । ଯାହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ।