ଆଜି ଦକ୍ଷିଣ ଓଡ଼ିଶାରେ ମୋଦୀଙ୍କ ପାୱାର ସୋ । ବ୍ରହ୍ମପୁର ଓ ନବରଙ୍ଗପୁରରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ରବିବାର ରାତିରେ ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ମୋଦୀଙ୍କୁ ସ୍ୱାଗତ କରାଯାଇଥିଲା । ମୋଦୀ ହାତରେ ପଦ୍ମ ଫୁଲ ଦେଖାଇ ଅଭିବାଦନ ଜଣାଇଥିଲେ । ଏହାପରେ ସ୍ୱତନ୍ତ୍ର କାରକେଡରେ ରାଜଭବନ ଯାଇଥିଲେ ପ୍ରଧାନମନ୍ତ୍ରୀ । ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା । ପ୍ରଧାନମନ୍ତ୍ରୀ ରାଜଭବନରେ ରାତ୍ରୀଯାପନ କରିଛନ୍ତି ।