ସାଧାରଣତନ୍ତ୍ର ଦିବସ, ୨୦୨୫ ଅବସରରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର୨୦୨୫ ପାଇଁ ଆଜି ଠାରୁ ଅନଲାଇନ୍ ନାମାଙ୍କନ / ସୁପାରିସ ଆରମ୍ଭ ହୋଇଛି । ପଦ୍ମପୁରସ୍କାର ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ୨୦୨୪ ସେପ୍ଟେମ୍ବର ୧୫ ରହିଛି। ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (https://awards.gov.in)ରେ ପଦ୍ମ ପୁରସ୍କାରପାଇଁ ନାମାଙ୍କନ /ସୁପାରିସ ଅନଲାଇନରେ ଗ୍ରହଣ କରାଯିବ ।
ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଭଳି ପଦ୍ମ ପୁରସ୍କାର ଦେଶର ସର୍ବୋଚ୍ଚବେସାମରିକ ପୁରସ୍କାରଗୁଡିକ ମଧ୍ୟରୁ ଅନ୍ୟତମ । ୧୯୫୪ ମସିହାରେ ପ୍ରତିଷ୍ଠିତ ଏହିପୁରସ୍କାର ପ୍ରତି ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଏ । କଳା, ସାହିତ୍ୟ ଓ ଶିକ୍ଷା, କ୍ରୀଡ଼ା, ଔଷଧ, ସାମାଜିକ କାର୍ଯ୍ୟ, ବିଜ୍ଞାନ ଓ ଇଞ୍ଜିନିୟରିଂ, ଜନବ୍ୟାପାର, ଲୋକ ସେବା, ବାଣିଜ୍ୟ ଓ ଉଦ୍ୟୋଗ ଇତ୍ୟାଦି ସମସ୍ତ କ୍ଷେତ୍ର / ବିଭାଗରେଉଲ୍ଲେଖନୀୟ ଓ ଅସାଧାରଣ ସଫଳତା /ସେବା ପାଇଁ ଏହି ପୁରସ୍କାର ପ୍ରଦାନକରାଯାଇଥାଏ । ଜାତି, ବୃତ୍ତି, ପଦବୀ କିମ୍ବା ଲିଙ୍ଗ ନିର୍ବିଶେଷରେ ସମସ୍ତ ବ୍ୟକ୍ତି ଏହିପୁରସ୍କାର ପାଇଁ ଯୋଗ୍ୟ ଅଟନ୍ତି ।