ବିଜେଡି ନେତା ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଚାଟୁକାରିତାର ସୀମାକୁ ଟପିସାରିଲେଣି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।
ଶ୍ରୀ ମିଶ୍ର କହିଛନ୍ତି ଯେ ଚାଟୁକାରିତାର ଗୋଟିଏ ସୀମା ଥାଏ । ସେ ସୀମାକୁ ବିଜେଡି ନେତା ଟପିସାରିଲଣି । ଭାରତୀୟ ଜନତା ପାର୍ଟି ଏକ ଶୃଙ୍ଖଳିତ ଦଳ ଏବଂ ନୀତି ଆଦର୍ଶରେ ଚାଲୁଥିବା ଗୋଟିଏ ରାଜନୈତିକ ପାର୍ଟି । ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଭଳି ରାଷ୍ଟ୍ରୀୟ ସେବକଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ଦକ୍ଷ ନେତୃତ୍ୱଙ୍କ ଆଦର୍ଶରେ ପରିଚାଳିତ ପାର୍ଟି ।
ଆଜି ବିଜେଡି କେଉଁ ଅବସ୍ଥାରେ ଅଛି, ତାଙ୍କୁ ବେଶ୍ ଭଲ ଭାବରେ ଜଣା । ବିଜେଡି ଦଳର ମାଲିକ ଜଣେ ଗୁମାସ୍ତା ସାଜିଛନ୍ତି । ଶ୍ରୀ ଦାଙ୍କ ଭଳି ନେତୃତ୍ୱ ଦ୍ୱାରପାଳ ଏବଂ ଟ୍ରାଫିକ କାର୍ଯ୍ୟରେ ନିୟୋଜିତ ହେବା
ସହ ଗୁମାସ୍ତାଙ୍କ ପାଇଁ ଷ୍ଟେଜ୍ ସଜାଡିବା, ପାଲ ପାରିବା ସହ ଚେୟାର ପକାଇବାର କାମ କରୁଛି, ଯାହା ଲଜ୍ଜ୍ୟାଜନକ । ଲାଗୁଛି ବିଜେଡି ନେତାଙ୍କ ରାଜନୈତିକ ଜ୍ଞାନ ବହୁତ କମ୍ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ସମ୍ବଲପୁର ନୂଆ କଥା ନୁହେଁ । ସମ୍ବଲପୁର ସହ ତାଙ୍କର ନିବିଡ ସମ୍ପର୍କ ରହିଛି । ସେ ଦେବଗଡରୁ ସାଂସଦ ହୋଇଥିଲେ, ଯାହାର ଅଧିକାଂଶ ଭାଗ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଆସୁଛି । ବାସ୍ତବରେ ତାଙ୍କି ଏବେ ହାରିବା ଭୟ ଘାରିଛି । ମିଛକୁ ବଡ ବଡ ପାଟିରେ କହିଲେ ତାହା ସତ ହୋଇଯିବ ନାହିଁ । ସମ୍ବଲପୁରର ଭୋଟରମାନେ ତୁମକୁ ସଠିକ୍ ସମୟରେ ଉଚିତ୍ ଜବାବ୍ ଦେବେ ।