-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କୋରାପୁଟରେ ପହଞ୍ଚି ନିର୍ବାଚନ ପ୍ରଚାର କରିଛନ୍ତି। କୋରାପୁଟ ଓଏମ୍ପି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶାର ବିକାଶ ପାଇଁ ବିଜୁ ଜନତା ଦଳର ଏମ୍ପି ଏବଂ ଏମ୍ଏଲ୍ଏ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିରୋଧୀ ମିଛ କଥା କହୁଥିବା କହିଥିଲେ। ଏପରିକି ବିରୋଧୀ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହି ଟାର୍ଗେଟ କରିଥିଲେ।
ନିର୍ବାଚନୀ ସଭାରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସହ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକ୍କା, କୋରାପୁଟ ବିଧାୟକ ପ୍ରାର୍ଥୀ ରଘୁରାମ ପଡାଲ, ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ପ୍ରଭୁ ଜାନି, ପଟ୍ଟାଙ୍ଗୀ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗି, ଜୟପୁର ବିଧାୟକ ପ୍ରାର୍ଥତ୍ନୀ ଇନ୍ଦିରା ନନ୍ଦ, ଜିଲା ସଭାପତି ଝିନ ହିକ୍କା ପ୍ରମୁଖ ଉପସ୍ଥିତ ଥିଲେ।