ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ଉପରେ ବର୍ଷିଲେ । କହିଲେ ଏଥର ବିଜେପି ଗଢ଼ିବ ସରକାର । ଖାଲି ସରକାର ଗଢ଼ିବ ନାହଁ ଲୋକସଭାରେ ଅଧିକ ଆସନ ପାଇବ । ସବୁ ଆସନରେ ବିଜେପି ଜିତିବ । , ଓଡ଼ିଶାରେ ୨୧ରୁ ୨୧ ଲୋକସଭା ଆସନ ଜିତିବ ବିଜେପି । କାରଣ ଓଡ଼ିଶାରେ ଏବେ ପ୍ରଧାନମନ୍ତ୍ରୀ ମୋଦି ସବୁଠୁ ଲୋକପ୍ରିୟ ନେତା ହୋଇଗଲେଣି । ବୟସ୍କ, ମହିଳା, ଯୁବବର୍ଗଠୁ ଆରମ୍ଭ କରି ସଭିଏଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଆସ୍ଥା ବଢ଼ାଇଛନ୍ତି । କାରଣ ମୋଦୀଙ୍କ ଶାସନକାଳରେ ସବୁଠୁ ଅଧିକ ଲାଭାର୍ଥି ରାଜ୍ୟ ହୋଇଛି ଓଡ଼ିଶା । ୨୦୦୪ରୁ ୨୦୧୪ କଂଗ୍ରେସ ଶାସନରେ ଓଡ଼ିଶାକୁ ପ୍ରାୟ ୩ଲକ୍ଷ କୋଟିର ଆର୍ଥିକ ଅନୁଦାନ ମିଳିଥିଲା ।