ନୂଆଦିଲ୍ଲୀ: କଂଗ୍ରେସ ଉପରେ ବର୍ଷିଲେ ଶାହ । ୪୦୦ ଆସନ ଅତିକ୍ରମ କରିବା ପରେ ବିଜେପି ସଂରକ୍ଷଣ ବନ୍ଦ କରିବ ବୋଲି କଂଗ୍ରେସ ଭୁଲ୍ ତଥ୍ୟ ପ୍ରଚାର କରୁଛି। ଏହି ଅଭିଯୋଗ ଅମୂଳକ ଓ ଭିତ୍ତିହୀନ। ମୁଁ ସ୍ପଷ୍ଟ କରିବାକୁ ଚାହୁଛି ଯେ ବିଜେପି ଅନୁସୂଚିତ ଜାତି, ଜନଜାତି ଏବଂ ଓବିସିଙ୍କ ପାଇଁ ସଂରକ୍ଷଣକୁ ସମର୍ଥନ କରେ ବୋଲି ଶାହ କହିଛନ୍ତି।ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣକୁ ବିଜେପି ସମର୍ଥନ କରୁଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ତାଙ୍କର ଏକ ନକଲି ଭିଡିଓର ପ୍ରଚାର ପାଇଁ ସେ କଂଗ୍ରେସକୁ ଦାୟୀ କରିବା ସହ ବିଜେପି ସଂରକ୍ଷଣର ରକ୍ଷକ ବୋଲି କହିଛନ୍ତି।