ଦିଲ୍ଲୀ: ଦିଲ୍ଲୀର କିଛି ସ୍କୁଲକୁ ଇମେଲ ଆସିଛି । ଦେଶ ବାହାରୁ ଏହି ମେଲ ଆସିଛି । ଭୋରରୁ ମେଲ ଆସିବା ପରେ ସତର୍କ ହୋଇଛି ପୋଲିସ । ବୋମାମାଡ଼ କରି ସ୍କୁଲ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ ଓ ଫୋନ୍ କଲ ଆସିବା ନରେ ସ୍କୁଲଗୁଡ଼ିକୁ ସତର୍କ ରହିବା ପାଇଁ ପୋଲିସ କହିଥିଲା । ଦିଲ୍ଲୀ ଓ ନୋଏଡାର ଅନେକ ସ୍କୁଲରେ ବୋମା ଆତଙ୍କ ପାଇଁ ଡରରେ ଥିଲେ ଛାତ୍ରଛାତ୍ରୀ ଅଭାଭାବକ ।ଡିଏଭି ସାଉଥ ୱେଷ୍ଟ, ଦ୍ୱାରକା ଡିପିଏସ୍, ମୟୂର ବିହାରରେ ଥିବା ମଦର ମେରୀ ସ୍କୁଲ, ନୋଏଡାର ଡିପିଏସ୍ ପରି ହାଇପ୍ରୋଫାଇଲ ସ୍କୁଲକୁ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା। ଦମକଳ ବାହିନୀ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଡଗ୍ ସ୍କ୍ୱାର୍ଡ ମଧ୍ୟ ସ୍କୁଲରେ ପହଞ୍ଚିଛି । ପୂରା ସ୍କୁଲକୁ ଖାଲି କରାଯାଇ ତଲାସୀ ଅଭିଯାନ ଜୋରଦାର କରାଯାଇଛି ।