ଓଡ଼ିଶା 365 (ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ରାଜ୍ୟରେ ମାଆଙ୍କୁ ଦେବେ ନୂଆ ପରିଚୟ । ଆଜି ସନ୍ଧ୍ୟାରେ ଦ୍ୱିତୀୟ ପର୍ଯ୍ୟାରେ ୨୦ ଜିଲ୍ଲାର ୩୫ ଜଣ ମିଶନ ଶକ୍ତି ସଦସ୍ୟାଙ୍କୁ ଦୁବାଇ ଗସ୍ତ କରୁଛନ୍ତି । ତେବେ ଏହି ସୁବିଧାରେ ଯେଉଁ ଜାଲ୍ଲାର ସଦସ୍ୟାମାନେ ସାମିଲ ଅଛନ୍ତି ସେହି ଜିଲ୍ଲାଗୁଡ଼ିକ ହେଉଛି ଦେବଗଡ଼, ମାଲକାନଗିରି, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଗଞ୍ଜାମ, ଜଗତସିଂପୁର ମିଶନ ଶକ୍ତି ସଦସ୍ୟା । ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆ, ବିଦେଶୀ ନାଗରିକଙ୍କୁ ଓଡ଼ିଶାର ମୌଳିକ ଖାଦ୍ୟ, ମିଲେଟ୍ ଉତ୍ପାଦ ଓ ମିଶନ ଶକ୍ତି ଉତ୍ପାଦର ଶୋ କେସିଂ କରାଯିବ । ସେଠାରେ ପହଞ୍ଚିବା ପରେ ମିଶନ ଶକ୍ତି ସଦସ୍ୟା କିପରି ନିଜ ଉତ୍ପାଦର ମାର୍କେଟିଂ କରିବେ ସେଥିପାଇଁ ଭୁବନେଶ୍ୱର ସ୍ଥିତ ମିଶନଶକ୍ତି ଭବନରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।
ଭୁବନେଶ୍ୱରରୁ ପ୍ରଥମ ଅନ୍ତର୍ଜାତୀୟ ଉଡାଣ ଦୁବାଇକୁ ଆରମ୍ଭ ହେଲାବେଳେ ମିଶନ ଶକ୍ତି ମହିଳା ଗସ୍ତ କରିଥିଲେ । ପୁଣି ଥରେ ମିଶନ ଶକ୍ତି ସଦସ୍ୟାଙ୍କୁ ଅନ୍ତରାଷ୍ଟ୍ରୀୟ ଏକ୍ସପୋଜର ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । ଗସ୍ତ କାଳରେ ବିଦେଶରେ ମିଶନ୍ ଶକ୍ତି ପକ୍ଷରୁ ବିଭିନ୍ନ ଉତ୍ପାଦ ପ୍ରଦର୍ଶନ କରିବା ସହିତ ବିଦେଶ ମାଟିରେ ବ୍ୟବସାୟ କରିବାର ଅଭିଜ୍ଞତା ହାସଲ କରିବେ ମିଶନ ଶକ୍ତି ସଦସ୍ୟା । ୧୭ ତାରିଖରେ ଦୁବାଇରୁ ପ୍ରତ୍ୟାବର୍ତ୍ତନ କରି ୧୮ ତାରିଖରେ ଜିଲ୍ଲାସ୍ତରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେମାନଙ୍କ ବିଦେଶ ଗସ୍ତର ଅଭିଜ୍ଞତା ଅନ୍ୟମାନଙ୍କୁ ଜଣାଇବେ। ଯାହାକୁ ସବୁ ମହଲରେ ସ୍ବାଗତ କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ମିଶନ ଶକ୍ତି ସଦସ୍ୟା ।