ଓଡ଼ିଶା 365 (ବ୍ୟୁରୋ) : ଗୁପ୍ଚୁପ୍ ଖାଉଥିଲେ ହେଇଯାଆନ୍ତୁ ସାବଧାନ । ଗୁପ୍ଚୁପ୍ ଖାଇ ୭ ଯୁବତୀ ଅସୁସ୍ଥ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ରିକଳା ଗାଁରେ । ସମସ୍ତ ଅସୁସ୍ଥଙ୍କୁ ସୁନ୍ଦରଗଡ଼ ଜିଲ୍ଲା ବଣେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ସୂଚନା ମୁତାବକ ଯେ, ସୁନ୍ଦରଗଡ ଜିଲ୍ଲା ବଣେଇ ଥାନାର କେନ୍ଦ୍ରିକଳା ଗ୍ରାମ ନିକଟରେ ଥିବା ଏକ ଗୁପ୍ଚୁପ୍ ଠେଲାରେ ୭ ଜଣ ଝିଅ ଗୁପ୍ଚୁପ୍ ଖାଇଥିଲେ ।
ରାତିରେ ବାନ୍ତି ହୋଇଥିଲା । ପାଖରେ ଥିବା ଔଷଧ ଦୋକାନରୁ ଔଷଧ ଖାଇଥିଲେ ହେଲେ ବାନ୍ତି ଭଲ ହୋଇନଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବଣେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଡ଼ାକ୍ତରଙ୍କ କହିବା ଅନୁସାରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।