ଓଡ଼ିଶା 365 (ବ୍ୟୁରୋ) : କୌଣସି ଏକ ଶୁଭ କାର୍ଯ୍ୟ ହେଉ କିମ୍ୱା ଖାଇବା ପରେ ହେଉ ସଧାରଣତଃ ସମସ୍ତେ
ମିଠା ଖାଇବା ଭଲ ମାନିଥାନ୍ତି । ତେବେ ଜାଣନ୍ତୁ ଖାଇବା ପରେ ମିଠାଖାଇବା କାହିଁକି ଜରୁରୀ । ଖାଦ୍ୟ
ଖାଇସାରିଲା ପରେ ମିଠା ନିଶ୍ଚିନ୍ତ ବଢ଼ା ଯାଇଥାଏ । ବୈଜ୍ଞାନିକ କାରଣ ଅନୁଯାୟୀ, ଖାଦ୍ୟରେ
ଥିବା ତେଲ, ମସଲା ଓ ଲୁଣ ପେଟକୁ ଯାଇ ପାଚନ ତନ୍ତ୍ରର ସଞ୍ଚାଳନ କାର୍ଯ୍ୟକୁ
ଧୀର କରି ଦେଇଥାଏ । ଫଳରେ ଗ୍ୟାସ୍ ଓ ବଦହଜମିର ସମସ୍ୟା ଦେଖାଯାଏ । ଖାଇଲେ ଶରୀରରେ ହେଉଥିବା
ଅମ୍ଳର ଗତି ଧୀର ହୋଇଯାଏ । ଫଳରେ ଏସିଡିଟି ବା ଜଳାଫୋଡ଼ା ହୋଇନଥାଏ ।
ଖାଦ୍ୟ ଶୀଘ୍ର ମଧ୍ୟ ହଜମ
ହେବାକୁ ଲାଗେ । ସେହିପରି ଭୋଜିଭାତ ଅଧିକ ଖାଇଦେଲେ ବହୁତ ଶୋଷ ଳାଗିଥାଏ । ଯେତେ ପାଣି ପିଇଲେ
ପେଟ ପୂରିଯାଏ କିନ୍ତୁ ଶୋଷ ମେଣ୍ଟିନଥାଏ । କାରଣ ଭୋଜନ ପରେ ଖାଦ୍ୟ ନଳୀ ଶୁଷ୍କ ହୋଇଯାଏ । ଫଳରେ
ପ୍ରବଳ ଶୋଷ ଲାଗେ । ଏହିପରି ସ୍ଥଳରେ ମିଠା ଖାଇଲେ ଶୋଷ ନଲାଗିବା ସହିତ ଖାଦ୍ୟ ସହଜରେ ହଜମ
ହୋଇଯାଏ । ଏଣୁ ଖାଇବା ପରେ ମିଠା ଖାଇବା ନିହାତି ଆବଶ୍ୟକ ।