ଓଡ଼ିଶା 365 (ବ୍ୟୁରୋ) : ଖାଲି ସବୁଜ ପନିପରିବା ନୁହେଁ ବରଂ ନାଲି ରଙ୍ଗର ଫଳ ବା ପନିପରିବା ଶରୀର ପାଇଁ ଲାଭଦାୟକ । ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ଏହିଫଳ । ତେବେ ଜାଣନ୍ତୁ ଏହା ଶରୀରକୁ କାହିଁକି ଏବଂ କିପରି ଦେଇଥାଏ ଫାଇଦା । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ରୋଗ ଓ ଥକାପଣକୁ ଦୂର କରିଥାଏ । ଏହା ବ୍ୟତୀତ ଶରୀରର ଇମ୍ୟୁନିଟି ସିଷ୍ଟମକୁ ଠିକ ରଖେ । ନାଲି ରଙ୍ଗର ଫଳ ବା ପନିପରିବା ନିୟମିତ ଖାଇବା ଦ୍ୱାରା ପ୍ରୋଷ୍ଟେଟ କ୍ୟାନ୍ସର ହେବାର ଆଶଙ୍କା କମ ରହିଥାଏ । ଖାସ୍ କରି ଶୀତଦିନେ ନାଲି ପନିପରିବା ଓ ଫଳ ଖାଇବା ନିହାତି ଜରୁରୀ ।
ବିଟ୍, ଗାଜର, ଟମାଟୋ ଓ କୋଶଳା ଶାଗରେ ଫାଇବର, ଭିଟାମିନ ସି, ପୋଟାସିୟମ ଓ ନାଇଟ୍ରେଟ ଶରୀରରକୁ ରୋଗ ପ୍ରତିଶେଧକ ଶକ୍ତି ସହ ଲଢିବା ପାଇଁ ସହାୟକ ହୋଇଥାଏ । ଏହା ବ୍ୟତୀତ ବିଟ୍ ରେ ହିମଗ୍ଲୋବିନର ମାତ୍ରା ଅଧିକ ରହିଛି । ଗାଜରରେ ମାଙ୍ଗାନିଜ, ଆଇରନ୍, କ୍ୟାଲସିୟମ, ପୋଟାସିୟମ, ଜିଙ୍କ, ଫସଫରସ ଭଳି ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ଥିବାରୁ ଏହା ଶରୀରକୁ ମଜଭୁତ କରେ । ସେହିପରି ପ୍ରତିଦିନ ଟମାଟୋ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଭଲ ।