ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ତ୍ତମାନ ଏକ ଭୟଙ୍କର ରୂପ ନେଇଛି। ଏହି ଯୁଦ୍ଧରେ ପ୍ରତିଦିନ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି। ଗାଜାରେ ଏପର୍ୟ୍ୟନ୍ତ ୧୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୨୬ ହଜାରରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଏହା ସତ୍ତେ୍ୱ ଗାଜାରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି। ପ୍ରାୟ ୪୦ ଦିନ ଯୁଦ୍ଧ ପରେ ହାମାସ ୧୦୦ ଜଣ ବନ୍ଧକଙ୍କୁ ମୁକ୍ତ କରିବାକୁ ରାଜି ହୋଇଛି।
କିନ୍ତୁ ଏଥିପାଇଁ ସେ ଇସ୍ରାଏଲ ସମ୍ମୁଖରେ ଏକ ସ୍ୱତନ୍ତ୍ର ସର୍ତ୍ତ ରଖିଛି। ହମାସ କହିଛନ୍ତି ଯେ ପାଞ୍ଚ ଦିନିଆ ଅସ୍ତ୍ରବିରତି ପରେ ଏହା ୧୦୦ ଜଣ ବନ୍ଧକଙ୍କୁ ମୁକ୍ତ କରିବ। ଅଲ କାସାମ ବ୍ରିଗେଡ ଏହି ପ୍ରସ୍ତାବକୁ ଇସ୍ରାଏଲ ଆଗରେ ରଖିଛି। ଏହି ପ୍ରସ୍ତାବ ମାଧ୍ୟମରେ ହାମାସ କହିଛନ୍ତି ଯେ ଯଦି ଇସ୍ରାଏଲ ପାଞ୍ଚ ଦିନ ଗାଜାରେ ଆକ୍ରମଣ ବନ୍ଦ କରିଦିଏ, ତେବେ ହାମାସ ୧୦୦ ଜଣ ବନ୍ଧକଙ୍କୁ ମୁକ୍ତ କରିବ, ଯେଉଁଥିରେ ମହିଳା ଏବଂ ଶିଶୁ ମଧ୍ୟ ସାମିଲ ହେବେ।
ତେବେ ବର୍ତ୍ତମାନ ସମୟରେ ହାମାସର ଏହି ପ୍ରସ୍ତାବ ଉପରେ ଇସ୍ରାଏଲର କୌଣସି ପ୍ରତିକ୍ରିୟା ଆସିନାହିଁ। ଅକ୍ଟୋବର ୭ ରୁ ହାମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଅନେକ ଚେଷ୍ଟା କରାଯାଇଛି କିନ୍ତୁ ଏପର୍ୟ୍ୟନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରାଯାଇ ନାହିଁ। ଇସ୍ରାଏଲ ଏବେ ମଧ୍ୟ ଗାଜାରେ ନିର୍ଦ୍ଦିଷ୍ଟ ଭାବେ ଆକ୍ରମଣ କରୁଛି। ସେ କହିଛନ୍ତି ଯେ ଶେଷ ପର୍ୟ୍ୟନ୍ତ ସେ ହାମାସ ବିରୁଦ୍ଧରେ ଆକ୍ରମଣ ଜାରି ରଖିବେ।