ଓଡ଼ିଶା 365 (ବ୍ୟୁରୋ): ୪ ଦିନ ହେବ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ କାଠଯୋଡ଼ି ନଦୀ ବାଲିପଠାରୁ ମିଳିବା ପରେ କଟକରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ଛାତ୍ର ହେଲେ ୧୬ ବର୍ଷ ବୟସର ସାହିଲ ଜେନା। ଆଜି କାଠଯୋଡ଼ି ନଦୀ ବାଲିପଠାରୁ ପୁଲିସ ସାହିଲଙ୍କ ମୃତଦେହ ଉଦ୍ଧାର କରିଛି। ୪ ଦିନ ପୂର୍ବରୁ ସାହିଲ ନିଖୋଜ ଥିବା ନେଇ ପରିବାର ଲୋକ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ। ୪ ଦିନ ତଳେ ସାହିଲ ଘରୁ ରାଗି କେଉଁଆଡ଼େ ଚାଲିଯାଇଥିଲେ। ଅନେକ ଖୋଜାଖୋଜି ପରେ ମଧ୍ୟ ପରିବାରବର୍ଗ ସାହିଲଙ୍କ ଖୋଜଖବର ପାଇନଥିଲେ। ତେଣୁ ସାହିଲ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ସାହିଲଙ୍କୁ କେହି ହତ୍ୟା କରି ନଦୀପଠାରେ ଫଙ୍ଗି ଦେଇଥିବା ଅନୁମାନ କରାଯାଉଛି ।