ଓଡ଼ିଶା 365 (ବ୍ୟୁରୋ): ମଣିପୁରରେ ହୋଇଥିବା ହିଂସାକୁ ନେଇ ରାଜନୀତି ଏବେ ବି ଜୋର ଧରୁଛି । ସବୁଠୁ ବଡ଼ କଥା ହେଉଛି, ଏହି ମଣିପୁର ହିଂସାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ମେତେଇ ଉଗ୍ରବାଦୀ ସଙ୍ଗଠନ ‘ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ)’କୁ ୫ ବର୍ଷ ପାଇଁ ବେଆଇନ ଘୋଷଣା କରିଛି ମନ୍ତ୍ରଣାଳୟ।
ପିଏଲଏର ପଲିଟିକାଲ୍ ଓ୍ଵିଙ୍ଗ୍ ରିଭୋଲ୍ୟୁସନାରୀ ପିପୁଲ୍ସ ଫ୍ରଣ୍ଟ (ଆରପିଏଫ) ଏବଂ ୟୁନାଇଟେଡ ଲିବରେସନ ଫ୍ରଣ୍ଟ (ୟୁଏନଏଲଏଫ) ଉପରେ ମଧ୍ୟ ଗୃହ ମନ୍ତ୍ରଣାଳୟ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି। ଏହି ପରି ପିଏଲ୍ଏର ସେନା ୱିଙ୍ଗ ମଣିପୁର ପିପୁଲ୍ସ ଆର୍ମି (ଏମପିଏ)କୁ ମଧ୍ୟ ବ୍ୟାନ୍ କରାଯାଇଛି। ପିପୁଲ୍ସ ରିଭୋଲ୍ୟୁସନାରୀ ପାର୍ଟି ଅଫ୍ କଙ୍ଗଲିପାକ୍, ରେଡ୍ ଆର୍ମି ଏବଂ କଙ୍ଗଲିପାକ୍ କମ୍ୟୁନିଷ୍ଟ ପାର୍ଟିକୁ ଗୃହ ମନ୍ତ୍ରଣାଳୟ ୫ ବର୍ଷ ପାଇଁ ବେଆଇନ ସଙ୍ଗଠନ ଘୋଷଣା କରିଛି। କହି ରଖୁଛୁ, କେନ୍ଦ୍ର ସରକାର ପିଏଲ୍ଏ ସମେତ ମେତେଇ ସମ୍ପ୍ରଦାୟର ୯ ଉଗ୍ରବାଦୀ ସଙ୍ଗଠନକୁ ବେଆଇନ ଘୋଷିତ କରିଛନ୍ତି।