ଓଡ଼ିଶା 365 (ବ୍ୟୁରୋ) : ଓଡ଼ିଆ ଅଭିନେତ୍ରୀ ମୌସୁମୀ ନାୟକ ଗିରଫ । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭୁବନେଶ୍ୱର ଇନଫୋସିଟି ଥାନା ପୋଲିସ । ତେବେ ପୂର୍ବରୁ ଉଭୟ ଲେଖିକା ବନସ୍ମିତା ପତି ଏବଂ ମୌସୁମୀଙ୍କ ବିବାଦ ଲାଗିରହିଥିଲା । ତେବେ ଲାଖିକା ବନସ୍ମିତାଙ୍କ ଅଭିଯୋଗ ଆଧାରରେ ମୌସୁମୀଙ୍କୁ ଗିରଫ କରାଯାଇଛି । ବିବାଦ ପଛରେ ରହିଛି ୫ଲକ୍ଷ ୮୦ ହଜାର ଟଙ୍କାର କାରବାରର କାରଣ । ସୂଚନା ଅନୁସାରେ, ମୌସୁମୀ ଏହି ଟଙ୍କା ବନସ୍ମିତାଙ୍କୁ ଦେଇଥିଲେ । ଯେଉଁ ଟଙ୍କାକୁ ବନସ୍ମିତା ଟ୍ରେଡିଂ ଆକାଉଣ୍ଟରେ ଲଗାଇଥିଲେ, କିନ୍ତୁ ମୌସୁମୀଙ୍କୁ ଫେରାଇ ନଥିଲେ । ଏହାକୁ ନେଇ ଇନଫୋସିଟି ଥାନାରେ କମ୍ପ୍ରମାଇଜ୍ ପିଟିସନ୍ ହୋଇଥିଲା ସୁଦ୍ଧା ।
ମୌସୁମୀ ବନସ୍ମିତାଙ୍କର ମର୍ଯ୍ୟାଦା ହାନି କରିବେ ନାହିଁ ବୋଲି ଏହି ପିଟିସନରେ ଉଲ୍ଲେଖ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଲେଖିକା ବନସ୍ମିତା ପତିଙ୍କ ବିରୋଧରେ ମୌସୁମୀ ସାମାଜିକ ଗଣମାଧ୍ୟମରେ ମର୍ଯ୍ୟାଦା ହାନି କରିବା ଭଳି ମନ୍ତବ୍ୟ ଦେଇଥିବା ଶୁଣିବାକୁ ମିଳିଥିଲା । ଏହି ଆଧାରରେ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଧାରା ୩୮୫, ୨୯୪, ୫୦୬ରେ ଗିରଫ କରାଯାଇଛି ।