ଓଡ଼ିଶା 365 (ବ୍ୟୁରୋ) : ଦୀପାବଳି ମନାଇଲେ ଜେଲ ଅନ୍ତେବାସୀଙ୍କ ପିଲା । ଦୀପ ଜଳାଇବା ସହ ବାଣ ମଧ୍ୟ ଫୁଟାଇ ଦୀପାବଳି ପାଳନ କରିଛନ୍ତି । ଭୁବନେଶ୍ୱରର ମାଧୁରମୟୀ ଆଦର୍ଶ ଶିକ୍ଷା ନିକେତନରେ ଦ୍ଖିବାକୁ ମିଳିଛି ଏହି ଦୃଶ୍ୟ । ବାପା ମାଆ ଜେଲରେ ବନ୍ଦି ଜୀବନ କାଟୁଥିବା ବେଳେ ପିଲା ମାନେ ହଷ୍ଟେଲରେ ରହି ଦୀପାବଳି ବନାଇଛନ୍ତି । ଏହି ହଷ୍ଟେଲ ଏକ ବେସରକାରୀ ଏନଜିଓ ଦ୍ୱାରା ପରିଚାଳିତ । ଜଣେ ଅନ୍ତେବାସୀଙ୍କ ପିଲା କହିଛନ୍ତି ଯେ, ମୋର ଭାଇ ଭଉଣୀଙ୍କ ସହ ଦୀପାବଳି ମନାଇଥିବାରୁ ବହୁତ ଖୁସି ଅଛି ।
୨୦୦୩ରୁ ଏଠାରେ ରହି ଆସୁଛି । ଦୀପାବଳି ଅବସରରେ ଏଠାରେ ଆମେ ଦୀପ ଜଳାଇବା ସହ ବାଣ ମଧ୍ୟ ଫୁଟାଇଛୁ । ଦୀପାବଳି ଅବସରରେ ହଷ୍ଟେଲ୍ରେ ରଙ୍ଗୋଲି ମଧ୍ୟ କରାଯାଇଥିଲା । ୩୦ ଜଣ ପିଲା ଏହି ହଷ୍ଟେଲରେ ରହୁଥିବା ବେଳେ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି । ସେମାନେ କେବେ ବି ତାଙ୍କ ବାପା ମାଆଙ୍କୁ ମନେ ପକାଇଲା ଭଳି ପରିସ୍ତିତି ଆସିନଥିବା ସୂଚନା ଦେଇଛନ୍ତି ହଷ୍ଟେଲର କେୟାର ଟେକର ।