ଓଡ଼ିଶା 365 (ବ୍ୟୁରୋ) : ମଣିଷ ନିଜର ମଣିଷପଣିଆ ଭୁଲି ପଶୁପରି ଆଚରଣ ଦେଖାଇବା ଆରମ୍ଭ କଲାଣି । ସାମାନ୍ୟା ନିଜର କିଛିଟା ସ୍ୱାର୍ଥ ପାଇଁ ନିଜ ଲୋକକୁବି ଜୀବନରୁ ମାରିବାକୁ ସଂକୋଚ କରୁନି ଏଇ ମଣିଷ । ହଁ ଆଜ୍ଞା ମାତ୍ର ୧୦୦ ଟଙ୍କା ନଦେବାରୁ ଦାଦାକୁ ବାଉଁଶରେ ପିଟି ପିଟି ମାରିଦେଲା ପୁତୁରା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଡୁମୁରିଗୁଡ଼ା ଗାଁରେ । ଖବର ପାଇଁ ଜୟପୁର ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ମଧୁ ନାୟକୁ ଗିରଫ କରିଛି ।
ରାମଚନ୍ଦ୍ରଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତିକରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମଧୁ କିଛି କାମ କରୁନଥିବା ବେଳେ ଲୋକଙ୍କ ଠାରୁ ମାଗିମାଗି ଚଳିବା ସହିତ ମଦମଧ୍ୟ ପିଏ । ଗତ କାଲି ଦାଦା ରାମଚନ୍ଦ୍ରଙ୍କୁ ମଧୁ ମଦ ପିଇବା ପାଇଁ ୧୦୦ ଟଙ୍କା ମାଗିଥିଲା । କିନ୍ତୁ ରାମଚନ୍ଦ୍ର ଟଙ୍କା ଦେବେ ନାହିଁ କହିବାରୁ ଏଥିରେ ମଧୁ ଉତ୍କ୍ଷୀପ୍ତ ହୋଇଯାଇଥିଲା । ସେ ଘଟଣାସ୍ଥଳରେହିଁ ଏଭଳି କାଣ୍ଡ ଘଟାଇଥିଲା ।