ଓଡ଼ିଶା 365 (ବ୍ୟୁରୋ) : ଆମେ ପ୍ରତିଦିନ ଯେଉଁସବୁ ପାନୀୟକୁ ପିଇଥାଉ ତାହା ଆମ ଶରୀର ଉପରେ ଦିନସାରା ପ୍ରଭାବ ପକାଇଥାଏ l ଏହି ପାନୀୟ ଆପଣଙ୍କ ଓଜନ ବୃଦ୍ଧି ଓ ହ୍ରାସ ର କାରଣ ହୋଇଥାଏ l ଯଦି ଆପଣ ନିଜର ଦିନଚର୍ଯ୍ୟା ରେ କିଛିଟା ସ୍ୱାସ୍ଥ୍ୟକର ପାନୀୟ ସାମିଲ କରିବେ ତେବେ ଏହା ଆପଣଙ୍କ ଓଜନ ଉପରେ ସକାରାତ୍ମକ ଉର୍ଜା ପକାଇବ l ଏହା ବ୍ୟତୀତ ଆପଣଙ୍କ ମେଟାବୋଲିଯିମ ବୃଦ୍ଧି ହେବ ଏବଂ ଆପଣ ସୁସ୍ଥ ରହିବେ l ଆମ ଭିତରୁ ଅଧିକାଂଶ ଲୋକଙ୍କ ଅଭ୍ୟାସ ରହିଛି ସକାଳୁ ଉଠିବା ମାତ୍ରକେ ଚା ପିଇବା l ଯଦି ଆପଣଙ୍କର ଏହି ଅଭ୍ୟାସ ରହିଛି ତେବେ ଏହାକୁ ଆପଣ କଫି ରେ ପରିବର୍ତନ କରି ପାରିବେ l କଫି ରେ କାଫିନ ଉର୍ଜା ର ମାତ୍ରା କୁ କମ କରିଥାଏ ଓ ମେଟାବୋଲିଯିମ ବୃଦ୍ଧି କରିଥାଏ l ଯଦି ଆପଣ କାମ କରୁଥିବା ସମୟରେ ଆଳସ୍ୟ ଅନୁଭବ କରୁଛନ୍ତି ତେବେ ଗୋଟିଏ କପ କଫି ନିଶ୍ଚିନ୍ତ ପିଇ ପାରିବେ l ଓଜନ କମାଇବା ପାଇଁ କେବଳ ବ୍ଲାକ କଫି ପିଇବା ଆବଶ୍ୟକ ।
ଓଜନ ହ୍ରାସ କରିବା ପାଇଁ ଆଉ ଗୋଟିଏ ଭଲ ପାନୀୟ ହେଲା ଗ୍ରୀନ ଟି l ଏଥିରେ ଏପିଗେଲୋ କେଟେଚିନ ଗେଲେଟ ନାମକ ଗୋଟିଏ ଆଣ୍ଟି ଏଜିଙ୍ଗ ରହିଛି l ଯାହା ଫ୍ୟାଟ ବର୍ନ କରିବାରେ ସାହାଯ୍ୟ କରିଥାଏ l ଯଦି ଆପଣଙ୍କ ଚା ପିଇବା ଅଭ୍ୟାସ ରହିଛି ତେବେ ନିୟମିତ ଅଦା ଚା ପିଇବା ଆବଶ୍ୟକ l ଅଦାରେ ଆଣ୍ଟି ଅକ୍ସିଡାଂଟ ରହିଛି ଓ ଆଣ୍ଟି ଇମ୍ଫଲାମେଟରୀ ଗୁଣ ରହିଛି, ଅଦା ହାର୍ଟ ପାଇଁ ମଧ୍ୟ ଖୁବ ହିତକର l ନୀତିଦିନ ଅଦା ଚା ପିଇବା ଦ୍ୱାରା ମେଟାବୋଲିଯିମ ବୃଦ୍ଧି ହୋଇଥାଏ ଓ ଓଜନ ହ୍ରାସ ହୋଇଥାଏ l ଲେମ୍ବୁପାଣି ଓଜନ ହ୍ରାସ କରିବା ପାଇଁ ସବୁଠୁ ଉପଯୋଗୀ l ନୀତିଦିନ ଲେମ୍ବୁପାଣି ପିଇଲେ ମେଟାବୋଲିଯିମ ବୃଦ୍ଧି ହୋଇଥାଏ l ଯାହା ଦ୍ୱାରା ଓଜନ ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ ଓ ଇମ୍ୟୁନିଟି ମଧ୍ୟ ବୃଦ୍ଧି ହୋଇଥାଏ ଓ ଓଜନ ହ୍ରାସ ହୋଇଥାଏ l