ଓଡ଼ିଶା 365 (ବ୍ୟୁରୋ):ଅଧିକାଂଶ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛା ପ୍ରକାଶ କରିଥାଆନ୍ତି। ଏଥିପାଇଁ ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି। ମାତ୍ର ଏପରି କିଛି ଘରୋଇ ଉପାୟ ଅଛି ଯାହା ଫଳରେ ଆପଣଙ୍କର ତ୍ୱଚା ଉଜ୍ୱଳ ଓ ସୁନ୍ଦର ଦେଖାଯିବ। କଦଳୀ ଓ ଅଟାକୁ ଚକଟି ଏଥିରେ କିଛି କ୍ଷୀର ମିଶାଇ କିଛି ସମୟ ରଖନ୍ତୁ। ଏହି ପେଷ୍ଟକୁ ତ୍ୱଚାରେ ଲଗାଇ୧୫ ରୁ ୨୦ ମିନିଟ୍ ରଖନ୍ତୁ। ଏହା ପରେ ଥଣ୍ଡା ପାଣି ମୁହଁକୁ ଧୋଇ ଦିଅନ୍ତୁ। ପ୍ରତି ୪ ଦିନକୁ ଥରେ ଏହା ଲଗାଇଲେ ଏହା ଖୁବ୍ ଉତ୍ତମ ଫଳ ଦେଇଥାଏ।
କିଛି କଞ୍ଚା କ୍ଷୀରକୁ ରାତିରେ ଫ୍ରିଜ୍ ରଖି ସକାଳେ ଏଥିରେ ସାମାନ୍ୟ ଲେମ୍ବୁ ଚୁପୁଡ଼ି ଏହାକୁ ସଙ୍ଗେ ସଙ୍ଗେ ମୁହଁରେ ଲଗାନ୍ତୁ । ଏହାକୁ ନିୟମିତ ଲଗାଇଲେ ଏକ ମାସରେ ଆଶ୍ଚର୍ୟ୍ୟଜନକ ଫଳ ଦେଇଥାଏ। ଏହା ତ୍ୱଚାକୁ ଚିକ୍କଣ ରଖିବାସହ ସଫା ଓ ସୁନ୍ଦର କରିଦିଏ। ମହୁ ତ୍ୱଚା ପାଇଁ ଖୁବ୍ ଲାଭପ୍ରଦ ଅଟେ। ପ୍ରତି ୨ ଦିନରେ ଥରେ ଖାଲି ମହୁ ଲଗାଇଲେ ଏହା ମୁହଁକୁ ଚିକ୍କଣ ରଖିବା ସହ ଏହାର ଚମକ ମଧ୍ୟ ବଢାଇଥାଏ।ମୁହଁ ପାଇଁ ମହୁ ଖୁବ୍ ଲାଭଦାୟକ ହୋଇଥାଏ। ମାତ୍ର ଗୋଟିଏ ବୁନ୍ଦା ମହୁ ଆଣି ସେଥିରେ ସାମାନ୍ୟ ଗୋଲାପ ଜଳ ମିଶ୍ରଣ କରି ତାହାକୁ ମୁହଁରେ ଦୀର୍ଘ ସମୟ ପର୍ୟ୍ୟନ୍ତ ମାଲିସ କରନ୍ତୁ। ଦେଖିବେ ଆପଣଙ୍କ ମୁହଁ ସଫା ରହିବା ସହ ନରମ ମଧ୍ୟ ଲାଗିବ।
କମଳାର ଚୋପାକୁ ଭଲ ଭାବେ ଶୁଖାଇ ଏହାକୁ ପେଷି ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏହି ଗୁଣ୍ଡରେ କିଛି ମୁଲତାନୀ ମାଟି, ସାମାନ୍ୟ ଗୋଲାପ ଜଳ ମିଶାଇ ମୁହଁରେ ଲଗାଇ କିଛି ସମୟ ମସାଜ କରନ୍ତୁ। ଏପରି କରିବା ଦ୍ୱାରା ତ୍ୱଚାରୁ ଦୂଷିତ ପଦାର୍ଥ ବାହାରିବା ସହ ଚମକ ବୃଦ୍ଧି ପାଇଥାଏ।