ଓଡ଼ିଶା 365 (ବ୍ୟୁରୋ): ଦିଲ୍ଲୀରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୬ ଥିଲା । ଉତ୍ତର ଦିଲ୍ଲୀର ଲୋକମାନେ ଅପରାହ୍ନ ୩.୩୬ ରେ ଭୂକମ୍ପର କମ୍ପନ ଅନୁଭବ କରିଥିଲେ।
ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହାର କେନ୍ଦ୍ର ଉତ୍ତର ଦିଲ୍ଲୀର ଭୂମି ପୃଷ୍ଠରୁ ୧୦ କିଲୋମିଟର ତଳେ ଥିଲା। ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାରର କ୍ଷୟକ୍ଷତି କିମ୍ବା ଆହତଙ୍କ ସମ୍ପର୍କରେ କୌଣସି ଖବର ହୋଇନାହିଁ।