ଓଡ଼ିଶା 365 (ବ୍ୟୁରୋ): ଏକ ବଡ଼ ଚାକିରି ରାକେଟର ପର୍ଦ୍ଦାଫାସ କଲା ସିବିଆଇ । ଏଥିରେ ତିନି ଜଣଙ୍କୁ ଗିରଫ କରିଛି। ଏହି ଲୋକମାନେ ଚାକିରି ଯୋଗାଇବା ନାମରେ ଲୋକଙ୍କୁ ପ୍ରତାରଣା କରୁଥିଲେ । ସୂଚନା ଅନୁଯାୟୀ, ବେଙ୍ଗାଲୁରୁ, ମଙ୍ଗଲୁରୁ, ପାଟନା, ମୁମ୍ବାଇ ଏବଂ ଧାନବାଦରୁ ଏହି ଚାକିରି ରାକେଟ ଚାଲୁଥିଲା। ଏହି ନକଲି ଚାକିରି ରାକେଟର କେନ୍ଦ୍ର ମୁମ୍ବାଇର ସାକିନାକା ଏବଂ ପାଟନାରେ ଖୋଲା ଯାଇଥିଲା। ଏଠାରେ ଚଢାଉ ବେଳେ ଅନୁସନ୍ଧାନକାରୀ ସଂସ୍ଥା ମଧ୍ୟ ପ୍ରାୟ ୨୫ ଜଣଙ୍କୁ ପାଇଥିଲେ ଯେଉଁମାନଙ୍କୁ ନକଲି ଚାକିରି ପତ୍ର ଦିଆଯାଉଥିଲା।
ସୂଚନା ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରୁ ଚାକିରି ପାଇବା ନାମରେ ୧୦ ରୁ ୧୫ ଲକ୍ଷ ଟଙ୍କା ଠକିଥିଲେ। ଏହି ଗ୍ୟାଙ୍ଗ ପୂର୍ବରୁ କୋଟି କୋଟି ଟଙ୍କା ଠକି ସାରିଛି। ଏହି ଗ୍ୟାଙ୍ଗ ସହ ଜଡିତ ସ୍ଥାନଗୁଡିକ ଉପରେ ସିବିଆଇ ଚଢାଉ କରୁଛି। ସିବିଆଇ ସୂତ୍ର ଅନୁଯାୟୀ ଏହି ଗ୍ୟାଙ୍ଗର ସଦସ୍ୟମାନେ ଯୁବକମାନଙ୍କୁ ନକଲି ନିଯୁକ୍ତି ପତ୍ର ଏବଂ ନକଲି ତାଲିମ ପ୍ରଦାନ କରୁଥିଲେ।