ଓଡ଼ିଶା 365 (ବ୍ୟୁରୋ): ଉତ୍ତରାଖଣ୍ଡରେ ଖୁବ୍ ଶୀଘ୍ର ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟ ହୋଇପାରେ। ସୂଚନାନୁସାରେ, ଉତ୍ତରାଖଣ୍ଡରେ ରଂଜନ ଦେଶାଇଙ୍କ ନେତୃତ୍ୱରେ ଗଠିତ କମିଟି ଆସନ୍ତା ଏକରୁ ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନିକଟରେ ରିପୋର୍ଟ ଦାଖଲ କରିପାରିବ। ଦୀପାବଳି ପରେ ଉତ୍ତରାଖଣ୍ଡ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ପ୍ରସ୍ତୁତି ଚାଲିଛି।
ବିଧାନସଭା ଅଧିବେଶନରେ ୟୁନିଫର୍ମ ସିଭିଲ୍ କୋଡ୍ ବିଲ୍ ଉପସ୍ଥାପିତ ହେବ ଏବଂ ଏହାକୁ ଏକ ଆଇନର ଆକାର ଦିଆଯିବ। ଉତ୍ତରାଖଣ୍ଡର ଲାଇନରେ ଗୁଜୁରାଟ ଲୋକସଭା ନିର୍ବାଚନ ପୂର୍ବରୁ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବାକୁ ମଧ୍ୟ ଯାଇପାରେ।