ଓଡ଼ିଶା 365 (ବ୍ୟୁରୋ): କଟକ ଯୋବ୍ରା ଅଞ୍ଚଳରେ ଥିବା ଇଲେକ୍ଟ୍ରୀ ଯାନ ସୋରୁମରେ୍ ଭୟାବହ ଅଗ୍ନିକାଣ୍ଡ। ଶୁକ୍ରବାର ସନ୍ଧ୍ୟାରେ କୌଣସି କାରଣରୁ ସୋରୁମରେ୍ ନିଆଁଲାଗି ସୋରୁମଟି ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ ୧୫ ଟି ଇଲେକ୍ଟ୍ରି ଯାନ ପୋଡ଼ି ପୁରା ପାଉଁସ ହୋଇଯାଇଛି। ତେବେ ନିଆଁକୁ ଆୟତ୍ତ କରିବାକୁ ୪ଟି ଅଗ୍ନିଶମ ଗାଡ଼ି ନିଯୋଜିତ ହୋଇଥିଲା। ହେଲେ ନିଆଁକୁ ସମ୍ପର୍ଣ୍ଣ ଆୟତ୍ତ କରିପାରେ ବିଳମ୍ବ ହୋଇଯାଇଥିଲା। ସେକେବେଳକୁ ୧୫ ଟି ଇଲେକ୍ଟ୍ରି ଯାନ ପୋଡ଼ି ପୁରା ପାଉଁସ ହୋଇଯାଇଥିଲା।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ କଟକ ଯୋବ୍ରା ତାଳଦଣ୍ଡା କେନାଲ ରୋଡରେ ଥିବା ଏକ ଇଲେକ୍ଟ୍ରି ବାଇକ୍ ସୋ’ରୁମରେ ଅଗ୍ନିକାଣ୍ଡ ହୋଇଥିଲା। ନିଆଁ ଲାଗିଥିବା ଜାଣିବାକୁ ପାଇ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ। ଏହାପରେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁଲିଭା କାର୍ଯ୍ୟରେ ୫ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ। ତେବେ ଏହି ପାଖାପାଖି ୧୫ ଟି ଇଲେକ୍ଟ୍ରି ବାଇକ୍ ସହ ଅନ୍ୟ ଅସବାପତ୍ର ପୋଡ଼ି ନଷ୍ଟ ହୋଇଯାଇଥିଲା। କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ହେଁ ପାରିୁପାର୍ଶ୍ୱିକ ପରିସ୍ଥିତିରୁ ସର୍ଟ ସର୍କିଟରୁ ନିଆଁଲାଗିଥିବାୈ ଅନୁମାନ କରାଯାଉଛି।