ଓଡ଼ିଶା 365 (ବ୍ୟୁରୋ) : କାଜୁ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ ଏଥିରେ ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି । ତେବେ ଜାଣନ୍ତୁ କେଉଁ ରୋଗୀ ପାଇଁ କୁଜୁ ଖାଇବା ନିହାତି ଜରୁରୀ । ମଧୁମେହ ରୋଗୀମାନେ ଦୌନିକ ଖାଦ୍ୟରେ କାଜୁ ବାଦାମ ଖାଇବା ନିହିତି ଆବଶ୍ୟକ । କାରଣ ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହା ରକ୍ତରେ ଶର୍କରା ସ୍ତର ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ । ଖାଲି ସେତିକି ନୁହେଁ ହାଡକୁ ଶକ୍ତିଶାକ୍ତି କରାଇବା ପାଇଁ ଖାସ କରି ଶୀତ ଦିନେ କାଜୁ ବାଦାମ ଖାଇବା ଉଚିତ୍ । କାରଣ ଏହା କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମର ଏକ ସମୃଦ୍ଧ ଉତ୍ସ ।
ଶରୀରରେ ଦୁର୍ବଳ ହାଡକୁ ମଜବୁତ୍ କରିବାରେ ସହାୟକ ହୋଇଥାଏ । ଯେଉଁମାନେ ଓଜନ ବଢାଇବାକୁ ଚାହୁଁଛନ୍ତି ଏବଂ ପେଟର ଚର୍ବି ହ୍ରାସ କରିବାକୁ ଚାହାଁନ୍ତି, ସେମାନେ ନିୟମିତ ଭାବରେ କାଜୁ ଖାଇବା ଉଚିତ । କାରଣ ଏଥିରେ ଫାଇବରରେ ଭରପୂର ମାତ୍ରାରେ ରହିଛି । ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହାଛଡ଼ା ଅଧିକାଂଶ ଲୋକେ ବର୍ତ୍ତମାନ କେଶ ଝଡିବା ସମସ୍ୟା ଦେଇ ଗତି କରି ଥାନ୍ତି । ଏଥି ମଧ୍ୟରେ କେଶ ଦୁର୍ବଳ ହେବା, ଉଜ୍ଜ୍ୱଳତା ହ୍ରାସ ଏବଂ କେଶ ଧୂସର ହେବା ଅନ୍ତର୍ଭୁକ୍ତ । ଯଦି ଆପଣ କାଜୁ ଖାଇବା ଆରମ୍ଭ କରନ୍ତି, ତେବେ କିଛି ଦିନ ମଧ୍ୟରେ କେଶ ନରମ, ଘନ ହେବା ସହ ମୂଳରୁ ଶକ୍ତିଶାଳୀ ହୋଇଥାଏ । ଏବଂ କେଶରେ ଚମକ ମଧ୍ୟ ଆସିଥାଏ ।