ଓଡ଼ିଶା 365 (ବ୍ୟୁରୋ): ଜଳିଗଲା କଲିକତାରୁ ଓଡ଼ିଶା ଆସୁଥିବା ଚଳନ୍ତା ବସ୍। ଅଗ୍ନିକାଣ୍ଡରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ବସଟି କଲିକତାରୁ ଓଡ଼ିଶା ଆସୁଥିବାବେଳେ ଖଡଗପୁର ଗ୍ରାମୀର ଥାନା ମାଦପୁର ନିକଟରେ ଘଟିଛି ଏଭଳି ଅଗ୍ନୀକାଣ୍ଡ । ଶୁକ୍ରବାର ରାତି ପ୍ରାୟ ୯ଟାରୁ ୧୦ଟା ମଧ୍ୟରେ ଘଟିଛି ଏହି ଦୁର୍ଘଟଣା । ବସଟି ବାବୁଘାଟରୁ ପାରାଦୀପ ଆସୁଥିବା ଜଣାଯାଇଛି ।
ସୂଚନା ଯୋଗ୍ୟ, ଶୁକ୍ରବାର କଲିକତା ବାବୁଘାଟରୁ ପାରାଦୀପ ଅଭିମୁଖେ ଆସୁଥିଲା । କୋଲକାତାଠାରୁ ୧୫୦ କିମି ଦୂର ଜାତୀୟ ରାଜପଥର ଖଡଗପୁର ଡେବ୍ରା ନିକଟରେ ଏହି ଏସି ବସଟି ଜଳି ଯାଇଥିଲା । ବସଟି ଶିବମ ଟ୍ରାଭେଲ୍ସର ସଦାନନ୍ଦ ବସ ବୋଲି ଜଣାପଡିଛି । ଅଗ୍ନିକାଣ୍ଡର କାରଣ ଜଣା ନ ପଡିଥିଲେ ହେଁ ସର୍ଟ ସର୍କିଟ ଯୋଗୁ ହୋଇଥିବା କୁହାଯାଉଛି । ତେବେ ବସରେ ବିସ୍ଫୋରକ ସାମଗ୍ରୀ ଥିବା ଅନୁମାନ କରାଯାଉଛି । ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଝରକା କାଚ ଭାଙ୍ଗି ଜୀବନ ବଞ୍ଚାଇଥିଲେ । ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରି ମେଦିନାପୁର କଲେଜ ଆଣ୍ଡ ହସ୍ପିଟାଲ ଏବଂ ଖଡଗ ପୁର ଗ୍ରାମୀଣ ଡାକ୍ତରଖାନାରେ ଭର୍ତ୍ତି କରିଛି । ପ୍ରାୟ ୨ ଘଣ୍ଟା ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।