ଓଡ଼ିଶା 365 (ବ୍ୟୁରୋ): ଜୀବନ ନେଲା ପ୍ଲାଷ୍ଟିକ୍ ସର୍ଜରୀ । ବ୍ରାଜିଲିଆନ ମଡେଲ ଲୁଆନା ଆଣ୍ଡ୍ରାଡେଙ୍କ ଜୀବନ ଚାଲିଯାଇଛି । ମାତ୍ର ୨୯ବର୍ଷରେ ଲୁଆନା ଦୁନିଆକୁ ଅଲବିଦା କହିଛନ୍ତି । ସୂଚନା ମୁତାବକ, ସାଓ ପାଉଲୋ ନିବାସୀ ଲୁଆନା ଆଣ୍ଡ୍ରାଡେ ଲିପୋସେକ୍ସନ୍ ସର୍ଜରୀ କରାଉଥିଲେ। ଲିପୋସେକ୍ସନ୍ ହେଉଛି ଏକ କସମେଟିକ୍ ସର୍ଜରୀ। ଏହି ସର୍ଜରୀ ବେଳେ ଲୁଆନାଙ୍କର ହୃଦଘାତ ହୋଇଥିଲା। ହୃଦଘାତ ହେବା ଦେଖି ଡାକ୍ତର ସର୍ଜରୀ ବନ୍ଦ କରିଥିଲେ ଓ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ। ହେଲେ ଲଗାତାର ୪ଥର ହୃଦଘାତ ହେବାରୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ତାଙ୍କର ମୃତ୍ୟୁ ଏବେ ଅନେକଙ୍କୁ ଆଶ୍ଚର୍ୟ୍ୟ କରିଛି।