ଓଡ଼ିଶା 365 (ବ୍ୟୁରୋ): ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ବିମାନରେ ଯାତ୍ରା ସମୟରେ ମାଗଣା ଇଣ୍ଟରନେଟ୍ ବ୍ୟବହାର କରିପାରିବେ । ଟାଟା ଗ୍ରୁପର ଭିଷ୍ଟାରା କମ୍ପାନୀ ଏହାର ସମସ୍ତ ବିମାନରେ ମାଗଣା ଇଣ୍ଟରନେଟ ସେବା ଆରମ୍ଭ କରୁଛି। ସୂଚନାଯୋଗ୍ୟ, ଟାଟା ଭିଷ୍ଟାରା ଦେଶର ପ୍ରଥମ କମ୍ପାନୀ ହୋଇପାରିଛି। ଯାହା ଏହାର ବିମାନରେ ମାଗଣା ଇଣ୍ଟରନେଟ ସେବା ଆରମ୍ଭ କରିଛି। ଯେଉଁଥିପାଇଁ କାର୍ୟ୍ୟରତ ପ୍ରଫେସନାଲ ଏବଂ ବ୍ୟବସାୟୀ ଯାତ୍ରୀମାନଙ୍କ ମଧ୍ୟରେ ବହୁତ ଖୁସି ଦେଖାଦେଇଛି। କାରଣ ଆଜିକାଲି ଇଣ୍ଟରନେଟ ସର୍ଫିଂ ବିନା ଜୀବନ ଅସମ୍ପୂର୍ଣ୍ଣ ହୋଇଯାଇଛି।
ସୂଚନାଯୋଗ୍ୟ, ଟାଟା ସନ୍ସ ଏବଂ ଏସଆଇଏର ମାଲିକାନା ଥିବା ଭିଷ୍ଟାରା ଏୟାରଲାଇନ୍ସ ବୋଇଙ୍ଗ ୭୮୭-୯ ଡ୍ରିମଲାଇନର୍ ବିମାନରେ ମାଗଣା ଇଣ୍ଟରନେଟ ସେବା ଯୋଗାଇବାକୁ ଘୋଷଣା କରିଛି। ଏହା ପରେ ଦିଲ୍ଲୀରୁ ମୁମ୍ବାଇ ବିମାନରେ ସେବା ଆରମ୍ଭ ହୋଇଛି। ଏହା କୁହାଯାଉଛି ଯେ ଖୁବ ଶୀଘ୍ର ଟାଟା ସନ୍ସ ଅନ୍ୟ ବିମାନରେ ମଧ୍ୟ ମାଗଣା ଇଣ୍ଟରନେଟ ସେବା ଆରମ୍ଭ କରିବାକୁ ଯାଉଛି। ବର୍ତ୍ତମାନ କମ୍ପାନୀ ଏୟାରବସ ୩୨୧ ନିଓରେ ମଧ୍ୟ ଏହି ସେବାକୁ ବିସ୍ତାର କରିବାକୁ ଯାଉଛି।