ଓଡ଼ିଶା 365 (ବ୍ୟୁରୋ) : ଖାଦ୍ୟରେ ସ୍ୱାଦିଷ୍ଟତା ଭରିଥାଏ ଧନିଆ ପତ୍ର । ଆପଣ ଜାଣନ୍ତିକି ଧନିଆ ପତ୍ର ପାଟିକୁ ଯେତିକି ସୁଆଦିଆ ଲାଗିଥାଏ ସେତିକି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର । ଧନିଆ ପତ୍ରରେ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ଆମ ଶରରୀର ବିଭିନ୍ନ ରୋଗର ସମସ୍ୟାକୁ ଦୂର କରିପାରିବ । ତେବେ ଜାଣନ୍ତୁ ଧନିଆ ପତ୍ର ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ ? ଧନିଆ ପତ୍ରରେ ପ୍ରୋଟିନ,କାର୍ବୋହାଇଡ୍ରେଡ଼ ,ଫାଇବର ,କ୍ୟାଲସିୟମ ,ସୋଡ଼ିୟମ ,ଆଇରନ ,ଭିଟାମିନ-ଇ ଇତ୍ୟାଦି ରହିଥିବା ପୋଷାକ ତତ୍ୱ ରହିଥାଏ । ପାଚନ ତନ୍ତ୍ରକୁ ସୁସ୍ଥ ରଖେ ଧନିଆ ପତ୍ର । ଧନିଆ ପତ୍ର ବ୍ୟବହାର କରିବା ଦ୍ୱାରା ପାଚନ ପ୍ରକ୍ରିୟା ଠିକ ରହିଥାଏ । ଏଥିରେ ଲିନାଲୁଲ ନାମକ କମ୍ପାଉଣ୍ଡ ମିଳିଥାଏ ଯାହା ପେଟର ଅନେକ ସମସ୍ୟାକୁ ଦୂର କରିଥାଏ ।
ଓଜନ କମ୍ କରିବାରେ ସାହାଯ୍ୟ କରେ ଧନିଆ ପତ୍ର । ଧନିଆ ପତ୍ରର ବ୍ୟବହାର ଓଜନ କମେଇବେ ସାହାଯ୍ୟ କରିଥାଏ । ଗବେଷଣାରୁ ଜଣାପଡିଛି ଯେ ଧନିଆ ପାତ୍ରରେ କ୍ୱେରସେଟିନ ନାମକ ଫ୍ଲେବନୋଏଡ ମିଳିଥାଏ । ଏହି ଫ୍ଲେବନୋଏଡରେ ଆଣ୍ଟିଓ଼ବେସିଟି ଗୁଣ ରହିଛି ଯାହା ଓଜନ କମାଇବାରେ ସାହାଯ୍ୟ କରେ । ସଂକ୍ରମଣକୁ ଦୂର କରେ ଧନିଆ ପତ୍ର । ଧନିଆ ପତ୍ର ବ୍ୟବହାର ଦ୍ୱାରା ଅନେକ ପ୍ରକାର ସଂକ୍ରମଣକୁ କିଛି ମାତ୍ରାରେ ଦୂର କରାଯାଇ ପାରିବ । ଏକ ଗବେଷଣା ଅନୁସାରେ ଧନିଆ ପତ୍ରର ତେଲରୁ ବିଭିନ୍ନ ପ୍ରକାର ସଂକ୍ରମଣକୁ ରୋକାଯାଇ ପାରିବ । ଧନିଆ ତେଲକୁ ଗରମ ପାଣି ଲୁଣରେ ପକାଇ ଗର୍ଗଲ କଲେ ତଣ୍ଟିରେ ସଂକ୍ରମଣ ଦୂର ହୁଏ । କୋଷ୍ଠକାଠିନ୍ୟ ଦୂର କରେ ଧନିଆ ପତ୍ର ।