ଓଡ଼ିଶା 365 (ବ୍ୟୁରୋ) : ଖରା ଦିନରେ ଶରୀରକୁ ଅଧିକ ପାଣିର ରହିଥାଏ ଆବଶ୍ୟକତା । ତେବେ ଗରମରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ଥଣ୍ଡା ପାନୀୟ ପିଇବା ପସନ୍ଦ କରିଥାନ୍ତି । ସେଥିପାଇଁ ରାସ୍ତା କଡ଼ରେ ବେଶି ମିଳିଥାଏ ଦହି ପଣା, ବେଲ ପଣା, ପୁଦିନା ପାଣି ଏବଂ ଆଖୁ ରସ ଇତ୍ୟାଦି । ଯାହା ସାଧାରଣରେ ଲୋକଙ୍କୁ ଆରାମ ଦେଇଥାଏ । ଏହି ଥଣ୍ଡା ପାନୀୟ ମଧ୍ୟରୁ ଆଖୁ ରସକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି। ଏହା ଶରୀର ପାଇଁ ଲାଭଦାୟକ ଅଟେ। ଏହା କେବଳ ଯେ ଶରୀରକୁ ଥଣ୍ଡା କରିନଥାଏ ବରଂ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିଥାଏ । କେବଳ ଖରାଦିନରେ ନୁହେଁ ଶୀତ ଦିନରେ ମଧ୍ୟ ଆଖୁରସ ଶରୀର ପାଇଁ ବହୁ ଉପକାରୀ ହୋଇଥାଏ । ଏହା ଦ୍ୱାରା ଥଣ୍ଡା ଜ୍ୱର ମଧ୍ୟ ଦୂର ହୁଏ । ଆଖୁ ରସ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଟିକେ ପରିଶ୍ରମ କରିବା ଦ୍ୱାରା ନିଶ୍ୱାସ ନେବା କିମ୍ବା ଶରୀରରେ ଯନ୍ତ୍ରଣା ଆଦି ଅନୁଭବ ହେଉଥିଲେ ଆଖୁ ରସ ନିହାତି ପିଇବା ଦରକାର । ଏହାଦ୍ୱାରା ଶରୀରରେ ଉର୍ଜା ସୃଷ୍ଟି ହେବା ସହ ଶରୀର ଫୁର୍ତ୍ତି ରହିଥାଏ ।
ସୌନ୍ଦର୍ଯତା ବୃଦ୍ଧି ଏବଂ ବ୍ରଣ ସମସ୍ୟା ଦୂର କରିବାରେ ମଧ୍ୟ ଆଖୁରସ ସହାୟତା ହୋଇଥାଏ । ପେଟରେ ଷ୍ଟୋନ୍ ସମସ୍ୟା ପାଇଁ ଆଖୁ ଖାଇବା ଅତ୍ୟନ୍ତ ଭଲ । କିଛି ଦିନ ନିୟମିତ ଭାବେ ସକାଳେ ଆଖୁକୁ ଦାନ୍ତରେ ଚୋବାଇ ତାର ରସ ସେବନ କରନ୍ତୁ । ଆଖୁ ରସ ଜଣ୍ଡିସ ରୋଗୀଙ୍କ ପାଇଁ ବହୁ ଉପକାରୀ ହୋଇଥାଏ । ଏହାର ପାନ ଦ୍ୱାରା ଶରୀରର ଜଣ୍ଡିସ ଜୀବାଣୁର ପ୍ରଭାବ କମ ହେବାର ଦେଖା ଯାଇଥାଏ । ଆଖୁ ରସରେ ଲେମ୍ବୁ ଏବଂ ଲୁଣ ମିଶାଇ ପିଅନ୍ତୁ । ଏହାଦ୍ୱାରା ଜଣ୍ଡିସ ଦୂର ହୋଇଥାଏ । ମଧୁମେହ ରୋଗୀଙ୍କ ପାଇଁ ଆଖୁ ରସ ଖୁବ୍ ଉପକାରୀ । ଏହା ରକ୍ତର ଗ୍ଲୁକୋଜ ମାତ୍ରାକୁ ସମାନ ରଖିଥାଏ । ଏହା ଆପଣଙ୍କ ଶରୀରକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନଥାଏ । ଏହା ଛଡ଼ା ଆଖୁ ରସ ଦ୍ୱାରା ଏସିଡ଼ିଟି କମ୍ ହୋଇଥାଏ ।