ଓଡ଼ିଶା ୩୬୫(ବ୍ୟୁରୋ): ଶୁକ୍ରବାର ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ମଦ ର୍ଦୁନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି। ସିସୋଦିଆଙ୍କୁ ଶନିବାର ସକାଳ ୧୦ ଟାରୁ ୪ ଟା ପର୍ୟ୍ୟନ୍ତ ସାକ୍ଷାତ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି।
ତାଙ୍କ ପତ୍ନୀ ଅସୁସ୍ଥ ଥିବାରୁ ଆମ୍ ଆଦମୀ ପାର୍ଟି ନେତା ସିସୋଦିଆଙ୍କୁ ଅନୁମତି ଦିଆଯାଇଛି। ପ୍ରକୃତରେ, ସିସୋଦିଆଙ୍କୁ ପ୍ରଥମେ ୨୬ ଫେବୃଆରୀରେ ସିବିଆଇ ଗିରଫ କରିଥିଲା। ତା’ପରେ ତାଙ୍କୁ ଜେଲରେ ପଚରାଉଚରା କରିବା ପରେ ଇଡି ତାଙ୍କୁ ମାର୍ଚ୍ଚ ୯ ରେ ଗିରଫ କରିଥିଲା। ଉକ୍ତ ମାମଲାରେ ଆପ୍ ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ମଧ୍ୟ ନ୍ୟାୟିକ ହେପାଜତରେ ଅଛନ୍ତି।