ଓଡ଼ିଶା 365 (ବ୍ୟୁରୋ) : କଞ୍ଚା ହେଉ କିମ୍ୱା ପାଚିଲା କଦଳୀ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗିଥାଏ । ଅନେକ ଲାଭକାରୀ ଗୁଣ ମଧ୍ୟ ରହିଛି ଏହି ଫଳରେ । ଖାଲି କଦଳୀ ନୁହଁ କଦଳୀ ଚୋପାରେ ମଧ୍ୟ ଅନେକ ଗୁଣ ରହିଛି ଯାହାକୁ ଖାଇବା ସହିତ ଶରୀରର ତ୍ୱଚା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ଏଥିରେ ଅନେକ ଗୁଣ ଅଛି ଯେପରିକି ଫାଇବର, ଭିଟାମିନ୍-ସି, ଭିଟାମିନ୍-ବି ୬, ପ୍ରୋଭିଟାମିନ୍-ଏ, ପୋଟାସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍, ଜିଙ୍କ ଯାହାକି ଶରୀର ପାଇଁ ଅତି ଲାଭଜନକ । କଞ୍ଚା କଦଳୀ ହେଉଛି ଯାହାକି ପୋଟାସିୟମର ଏକ ଭଣ୍ଡାର ଏହା କେବଳ ଶରୀର ପ୍ରତିରକ୍ଷା ପ୍ରଣାଳୀକୁ ଶକ୍ତିଶାଳୀ କରେ ନାହିଁ, ବରଂ ଶରୀରକୁ ଦିନସାରା ଶକ୍ତିଶାଳୀ କରିଥାଏ । ଏଥିରେ ଥିବା ଭିଟାମିନ୍ B6 ଭିଟାମିନ୍ ସି କୋଷଗୁଡ଼ିକୁ ସ୍ୱାସ୍ଥ୍ୟ ପାଇଁ ପୋଷଣ କରିବାରେ ସାହାଯ୍ୟ କରେ । ସେହିପରି ପାଚିଲା କଦଳୀର ଅନେକ ଉପକାର ବିଷୟରେ ଆପଣ ଜାଣିଥିବେ ଏବଂ ଆପଣ ପ୍ରତିଦିନ ଆପଣ ଏକ କଦଳୀ ମଧ୍ୟ ଖାଇପାରନ୍ତି । କିମ୍ବା କଦଳୀରେ ଶେକ୍ ପ୍ରସ୍ତୁତ କରି ପିଅନ୍ତୁ ନୀତିଦିନ ।
ପାଚିଲା କଦଳୀକୁ ଉତ୍ସାହର ସହିତ ଖାଉଥିବାବେଳେ କଞ୍ଚା କଦଳୀ କେବଳ ପନିପରିବା ଏବଂ ଭଜା ତରକାରୀ ତିଆରିରେ ବ୍ୟବହୃତ ହୁଏ ଘର ମାନଙ୍କରେ । ସାଧାରଣ କହିବାକୁ ଗଲେ କିଛି ଲୋକ କଞ୍ଚା କଦଳୀ ର ଫାଇଦା ବିଷୟରେ ଜାଣନ୍ତି ନାହିଁ ତେଣୁ ପସନ୍ଦ କରନ୍ତି ନାହିଁ କଞ୍ଚା କଦଳୀ ଖାଇବା ପାଇଁ । କଞ୍ଚା କଦଳୀ ହେଉଛି ପୋଟାସିୟମର ଏକ ଭଣ୍ଡାର, ଯାହା କେବଳ ପ୍ରତିରକ୍ଷା ପ୍ରଣାଳୀକୁ ଶକ୍ତିଶାଳୀ କରେ ନାହିଁ, ବରଂ ଶରୀରକୁ ଦିନସାରା ସକ୍ରିୟ ରଖେ । ଏଥିରେ ଥିବା ଭିଟାମିନ୍ ବି୬ ଭିଟାମିନ୍ ସି କୋଷଗୁଡ଼ିକୁ ପୋଷଣ କରିବାରେ ସାହାଯ୍ୟ କରେ । ଏଥି ସହିତ, ଯଦି କେହି ଅସୁସ୍ଥ, କଞ୍ଚା କଦଳୀ ର ଆୟୁର୍ବେଦିକ ଗୁଣ ଏହି ରୋଗର ଲକ୍ଷଣକୁ କିଛି ମାତ୍ରାରେ ହ୍ରାସ କରିଥାଏ ।