ଓଡ଼ିଶା 365 (ବ୍ୟୁରୋ) : ଖଟା ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଖାସକରି, ହେଲେ ହୁଏତ ଖୁବ୍ କମ୍ ଲୋକ ଏହାର ଉପକାରୀ ଗୁଣ ବିଷୟରେ ଜାଣିଥିବେ। ତେବେ ଜାଣନ୍ତୁ ତେନ୍ତୁଳି ଶରୀର ପାଇଁ କେତେ ଲାଭଦାୟକ ? ତେନ୍ତୁଳି ଖାଇବା ଦ୍ୱାରା ମୋଟାପଣ ସମସ୍ୟା ଦୂର ହୋଇଥାଏ । ଏଥିରେ ହାଡ୍ରୋସିଟ୍ରିକ ଏସିଡ଼୍ ରହିଥାଏ ଯାହା ଶରୀରର ମୋଟାପଣକୁ ଧୀରେ ଧୀରେ କମ୍ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଅତ୍ୟଧିକ ଖାଦ୍ୟ ସେବନ ପରେ ତେନ୍ତୁଲି ଖାଇଲେ ଓଜନ ବଢିବା ଭୟ ଦୂର ହୋଇଥାଏ । ତେନ୍ତୁଳି କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଏଥିରେ ପ୍ରଚୁର ମାତ୍ରରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଟେରଟ୍ରିକ୍ ଏସିଡ ରହିଥାଏ, ଯାହା ଶରୀରରେ କ୍ୟାନସର ସେଲ୍କୁ ବଢିବାକୁ ଦେଇ ନଥାଏ । ଏହା ବ୍ୟତୀତ ମଧୁମେହ ରୋଗୀମାନଙ୍କ ପାଇଁ ତେନ୍ତୁଳି ବହୁତ ଲାଭକାରୀ ହୋଇଥାଏ । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରିଥାଏ । ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ତେନ୍ତୁଳି ଜୁସ୍ ଲାଭକାରୀ ସାବ୍ୟସ୍ତ ହୋଇଥାଏ ।
ତେନ୍ତୁଳିରେ ଆଇରନ ଏବଂ ପୋଟାସିୟମ ରହିଥାଏ, ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ଯଦି କିଛି ସମୟ କାମ କରିବା ପରେ ଆପଣ ଦୁର୍ବଳ ଅନୁଭବ କରୁଛନ୍ତି, ତେବେ ତେନ୍ତୁଳି ଖାଆନ୍ତୁ। କାରଣ ତେନ୍ତୁଳିରେ ଭିଟାମିନ-ସି ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ସୁସ୍ଥ ରଖିଥାଏ । ଖରାଦିନେ ଅଧିକ ଗରମ ପବନ ଯୋଗୁଁ ଶରୀର ଅସୁସ୍ଥ ହୋଇଥାଏ । ତେଣୁ ଗରମ ଦିନେ ଗୋଟିଏ ଗ୍ଲାସ ପାଣିରେ ୨୫ ଗ୍ରାମ ତେନ୍ତୁଳି ଭିଜାଇ ସେହି ପାଣି ପିଇବା ଶରୀର ପାଇଁ ଲାଭକାରୀ ହୋଇଥାଏ । ଏହାବ୍ୟତୀତ ତେନ୍ତୁଳିକୁ ହାତ ଏବଂ ପାଦ ତଳେ ରଖିବା ଦ୍ବାରା ଅତ୍ୟଧିକ ଗରମରୁ ମୁକ୍ତି ମିଳିଥାଏ । ବିଛା କାମୁଡ଼ିଥିବା କ୍ଷତ ସ୍ଥାନରେ ମଧ୍ୟ ତେନ୍ତୁଳି ବ୍ୟବହାର କରାଯାଇଥାଏ। ଏହାଦ୍ବାରା ଯନ୍ତ୍ରଣା କମ୍ ହୋଇଥାଏ ।