ଓଡ଼ିଶା 365 (ବ୍ୟୁରୋ): ଦୀର୍ଘଦିନ ପରେ ମନ୍ଦିରକୁ ଫେରିଲା ଚୋରିହୋଇଥିବା ମା କୋଟରାକ୍ଷୀଙ୍କ ପ୍ରତିମୂର୍ତ୍ତ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ଗାଁର ଗ୍ରାମ ଦେବତୀ ମା କୋଟରାକ୍ଷୀ । ଗତ ୨୦୨୧ ମସିହା ଜାନୁଆରୀ ୧୧ ରେ ମନ୍ଦିରରୁ ଚୋରି ହୋଇଥିଲା ମା’ଙ୍କ ମୂର୍ତ୍ତୀ। ଏହାର ଛିଦିନ ପରେ ଦିଲ୍ଲୀର ଏୟାରପୋର୍ଟରେ କଷ୍ଟମ ବିଭାଗ ଦ୍ଵାରା ଜବତ ହୋଇଥିଲା । ଚିହ୍ନଟ ପରେ ମୂର୍ତ୍ତି ଫେରାଇ ଆଣିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ନିର୍ମଳା ସୀତା ରମଣଙ୍କୁ ଚିଠି ଲେଖି ଅନୁରୋଧ କରିଥଲେ ।
DSP ପ୍ରମୋଦ ମଲ୍ଲିକ ଓ ଗାଁରୁ ଯାଇଥିବା ପ୍ରତିନିଧି ଦଳକୁ ହସ୍ତାନ୍ତର କରାଯିବା ପରେ ଆଜି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ପରିସର କୁ ଅଣାଯାଇ ସେଠାରେ ପୂଜାର୍ଚ୍ଚନା କରାଯାଇ ଏକ ଶୋଭାଯାତ୍ରାରେ ଦର୍ପଣ ଗ୍ରାମକୁ ନିଆଯାଇଛି । ଏହି ଶୋଭାଯାତ୍ରାରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ସ୍ଥାନୀୟ ମହିଳା, ଲୋକ ପ୍ରତିନିଧି, ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହୋଇଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ବାରିବେଶ ।